Latest Odisha News

BREAKING NEWS

ଅନାମିକା ଆଙ୍ଗୁଳିରେ କାହିଁକି ପିନ୍ଧାଯାଏ ନିର୍ବନ୍ଧ ମୁଦି, ଜାଣନ୍ତୁ…

ଭୁବନେଶ୍ୱର: ବିବାହ ହେଉଛି ଦୁଇ ଆତ୍ମାର ବନ୍ଧନ । ଦୁଇଟି ଅଜଣା ଲୋକଙ୍କୁ ଗୋଟିଏ ସୂତାରେ ବାନ୍ଧି ଦିଏ ଏହି ପବିତ୍ର ବନ୍ଧନ । ବିବାହ ପାଇଁ ଦିନବାର ଠିକ ହେବା ପରେ ପୁଅ ଝିଅଙ୍କର ନିର୍ବନ୍ଧ କରାଯାଇଥାଏ ।

ସାଧାରଣତଃ ନିର୍ବନ୍ଧରେ ପୁଅ ଝିଅ ପରସ୍ପରକୁ ମୁଦି ପିନ୍ଧାଇ ଏହି ପବିତ୍ର ସମ୍ପର୍କର ମୂଳଦୁଆ ପକାଇଥାନ୍ତି। ଏହି ନିର୍ବନ୍ଧ ମୁଦିକୁ ପ୍ରେମର ପ୍ରତୀକ ଭାବେ ଧରାଯାଏ ।

ଏହା ସାରା ଜୀବନ ଦମ୍ପତିଙ୍କୁ ସେହି ପ୍ରତିଜ୍ଞାକୁ ମନେ ପକାଇ ଦେଇଥାଏ, ଯାହାକୁ ଦୁଇଜଣ ମିଶି ଏକା ସହିତ ଜୀବନ ବିତାଇବାକୁ ନେଇଥାନ୍ତି ।

ତେବେ କେବେ କଣ ଆପଣ ଭାବିଛନ୍ତି ନିର୍ବନ୍ଧର ଏହି ମୁଦିକୁ ଏକ ନିର୍ଦ୍ଦିଷ୍ଟ ଆଙ୍ଗୁଳି (ଅନାମିକା)ରେ କାହିଁକି ପିନ୍ଧାଯାଏ? ।

ହିନ୍ଦୁ ଧର୍ମାନୁଯାୟୀ, ନିର୍ବନ୍ଧକୁ ସମ୍ବନ୍ଧ ଠିକ ହେବାର ପ୍ରଥମ ପ୍ରମାଣ ଧରାଯାଇଥାଏ । ବିବାହ ପୂର୍ବରୁ ପୁଅ-ଝିଅ ଦୁହେଁ ଦୁହିଁଙ୍କୁ ମୁଦି ପିନ୍ଧେଇବା ଅର୍ଥ ଜଣେ ଅନ୍ୟଜଣଙ୍କୁ ଜୀବନସାଥୀ ରପେ ସ୍ୱୀକାର କରିନେବା ।

ତେବେ ମାନ୍ୟତା ଅନୁଯାୟୀ ଆମ ଅନାମିକା ଆଙ୍ଗୁଠିର ଗୋଟିଏ ଧମନୀ ସିଧା ଯାଇ ହୃଦୟ ସହିତ ସଂଯୋଗ ହୋଇଛି । ସେଥିପାଇଁ ଏହି ଆଙ୍ଗୁଳିରେ ମୁଦି ପିନ୍ଧାଇବା ଦ୍ୱାରା ସମ୍ପର୍କ ହୃଦୟରୁ ଯୋଡି ହୋଇଯାଏ। ଏହି ମାନ୍ୟତା ସବୁଠାରୁ ପୁରୁଣା ଓ ଖୁବ୍ ଲୋକପ୍ରିୟ ଅଟେ ।

Leave A Reply

Your email address will not be published.