Latest Odisha News

BREAKING NEWS

ଏହିସବୁ ପୃଷ୍ଟିସାର ଅଭାବରୁ ଦେଖାଦିଏ ବଧିର ସମସ୍ୟା !

ଭୁବନେଶ୍ୱର: ସୁସ୍ଥ ଶରୀର ପାଇଁ ପୃଷ୍ଟିକର ଖାଦ୍ୟର ଆବଶ୍ୟକତା ଢେର ଅଧିକା । ଶରୀରରେ ଭିଟାମିନ ଯୁକ୍ତ ଖାଦ୍ୟର ଅଭାବ ପରିଲିଖିତ ହେଲେ ନାନାଦି ସମସ୍ୟା ମାନ ଦେଖାଦେଇଥାଏ।

ଆଜିକାଲି ଲୋକମାନଙ୍କର ପରିବର୍ତ୍ତିତ ଜୀବନ ଶୈଳୀ ହିଁ ଭିଟାମିନ ଅଭାବର ମୁଖ୍ୟ କାରଣ ସାଜୁଛି । କାମର ଚାପ ବଢ଼ିବା ସହ ଖାଇବା ପିଇବାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି । ଯାହାଦ୍ୱାରା ଲୋକମାନଙ୍କ ଶରୀରରୁ ଭିଟାମିନର ପରିମାଣ କମ ହେବାରେ ଲାଗିଛି ।

ଶରୀରରେ ଭିଟାମିନର ଅଭାବ ହେଲେ ଅନେକ ଶାରୀରିକ ସମସ୍ୟ ଦେଖା ଦେଉଥିବା ବେଳେ ବଧିରପଣ ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ । କିଛି ଲୋକଙ୍କୁ ଏଭଳି ସମସ୍ୟା ଜନ୍ମରୁ ରହିଥିବା ବେଳେ କିଛି ଲୋକଙ୍କୁ ଭିଟାମିନ ଅଭାବ ହେଲେ ଏହି ସମସ୍ୟା ଦେଖା ଦେଇଥାଏ ।

ଏଥିରୁ ମୁକ୍ତି ପାଇବା ପାଇଁ ଭିଟାମିନଯୁକ୍ତ ଖାଦ୍ୟ ଏବଂ ପୋଷକ ତତ୍ତ୍ୱ ଥିବା ଖାଦ୍ୟ ଖାଇବା ନିତାନ୍ତ ଜରୁରୀ ।

କେଉଁ ପୃଷ୍ଟିସାର (ଭିଟାମିନ) ଅଭାବରୁ ହୋଇଥାଏ ବଧୀରପଣ…

ଯଦି ଶରୀରରେ ଭିଟାମିନ ସି, ଇ, ଏବଂ ବି-୧୨ ପରିମାଣ କମ ହୋଇଯାଏ ତେବେ ବଧିରପଣ ଭଳି ସମସ୍ୟା ଦେଖା ଯାଇଥାଏ ।

ପ୍ରତିକାର:

ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନର ଖାଦ୍ୟରେ ଭିଟାମିନ ସି, ଇ, ଏବଂ ବି-୧୨ ଯୁକ୍ତ ଖାଦ୍ୟ କଦଳୀ, ଆଭାକୋଡା, ଆଳୁ,କ୍ଷୀର, କମଳା, ଟମାଟୋ, ଦହି ଭଳି ଖାଦ୍ୟକୁ ସାମିଲ କରି ପାରିବେ । ସାମିଲ କରନ୍ତୁ ।

Leave A Reply

Your email address will not be published.