Latest Odisha News

BREAKING NEWS

ଇସଲାମ ଦେଶର ହୋଟେଲରେ କାହିଁକି ରହିଥାଏ ଏପରି ଚହ୍ନ? କଣ ରହିଛି ମକ୍କା ସହ ଏହାର ସମ୍ପର୍କ?

ନୂଆଦିଲ୍ଲୀ: ଯଦି ଆପଣ ସାଉଦି ଆରବ କିମ୍ବା କୌଣସି ଇସଲାମ ଦେଶରେ ଏକ ହୋଟେଲରେ ରହିବାର ସୁଯୋଗ ପାଇଛନ୍ତି, ତେବେ ଆପଣ ରୁମର କାନ୍ଥ କିମ୍ବା ଛାତ ଉପରେ ଏକ ତୀର ଚିହ୍ନ ଦେଖିଥିବେ । ଏହି ତୀରଟି ଦେଖିବାକୁ ଛୋଟ ହୋଇପାରେ, କିନ୍ତୁ ଏହାର ଗୁରୁତ୍ୱ ବହୁତ ବଡ। ଏହା କୌଣସି ସାଜସଜ୍ଜାର ଅଂଶ ନୁହେଁ ବରଂ ଏକ ବିଶେଷ ଚିହ୍ନ, ଯାହା ସାଉଦି ଆରବର ମକ୍କାରେ ଥିବା କାବା ସହିତ ସିଧାସଳଖ ଜଡିତ ।

ଇସଲାମ ଧର୍ମରେ ନମାଜ (ଇବାଦତ) ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ, ଯାହା ଦିନକୁ ପାଞ୍ଚ ଥର ପଢ଼ାଇଯାଇଥାଏ। କିନ୍ତୁ ନମାଜ ପଢ଼ିବା ବେଳେ ବିଶେଷ ନିୟମ ରହିଛି – ଏହା ସର୍ବଦା କାବାଙ୍କ ଦିଗରେ ପଢ଼ାଇଯାଇଥାଏ।  କାବା ଇସଲାମର ସବୁଠାରୁ ପବିତ୍ର ସ୍ଥାନ, ଯାହା ସାଉଦି ଆରବର ମକ୍କା ସହରରେ ରହିଛି। ଯେତେବେଳେ ଦୁନିଆର ଯେକୌଣସି ମୁସଲମାନମାନେ ନମାଜ ପଢ଼ିଥାନ୍ତି, ସେତେବେଳେ ସେମାନେ କାବାଙ୍କ ଦିଗରେ ରହିଥାନ୍ତି।

ଏବେ ଭାବନ୍ତୁ, ଯଦି ଜଣେ ମୁସଲମାନ ଏକ ନୂଆ ସହର କିମ୍ବା ହୋଟେଲରେ ରୁହନ୍ତି, ତେବେ ସେ କିପରି ଜାଣିବେ ଯେ କାବା କେଉଁ ଦିଗରେ ଅଛି? ହୋଟେଲ ରୁମରେ ଏହି ତୀର ରହିବାର ଅର୍ଥ ହେଉଛି, ଯାହାଦ୍ୱାରା ହୋଟେଲରେ ରହୁଥିବା ଲୋକ ସହଜରେ କାବାର ଦିଗ ଜାଣିପାରିବେ। କାବାଙ୍କ ଦିଗ ଏକ ସ୍ଥାନଠାରୁ ଭିନ୍ନ ଅଟେ। ମକ୍କାରେ ଥିବା ଲୋକମାନେ ସିଧାସଳଖ କାବା ଦିଗକେ ନମାଜ ପଢ଼ିପାରିବେ। କିନ୍ତୁ ଯଦି ସାଉଦି ଆରବ, ଦୁବାଇ, ତୁର୍କୀ କିମ୍ବା ଭାରତ ଭଳି କୌଣସି ଦୂର ଦେଶରେ ଅଛନ୍ତି, ତେବେ ତାଙ୍କୁ କବାବାଙ୍କ ଦିଗ ଜାଣିବାକୁ ପଡ଼ିବ। ଏଥିପାଇଁ ସବୁ ଇସଲାମ ଦେଶର ହୋଟେଲରେ ଏପରି ଏକ ଚିହ୍ନ ଦେଖିବାକୁ ମିଳିଥାଏ।

Comments are closed.