Latest Odisha News

BREAKING NEWS

ଚୀନର ନୂଆ ପ୍ଲାନ: ଆମେରିକାକୁ ଜବାବ ଦେବାକୁ ଜିନପିଙ୍ଗଙ୍କ ସାଉଦୀ ଆରବ ଗସ୍ତ

ନୂଆଦିଲ୍ଲୀ: କିଏ ହେବ ଶକ୍ତିଶାଳୀ ? କାହାର କ୍ଷମତା ହେବ ସବୁଠାରୁ ଅଧିକ ? ଦୁଇ ପ୍ରଭାବଶାଳୀ ଦେଶ ଆମେରିକା-ଚୀନ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏହି କାରଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା  ବି ବଢିଚାଲିଛି । ତାଇବାନକୁ ନେଇ ହେଉ ବା ଅନ୍ୟ ଯେ କୌଣସି ପ୍ରସଙ୍ଗକୁ ନେଇ ହେଉ, ଦୁଇ ଦେଶ ମଧ୍ୟରେ ବିବାଦ ବଢିଚାଲିଛି  ଏବଂ ଦୁଇ ଦେଶ ମୁହାଁମୁହିଁ ହେଉଛନ୍ତି । କିଛି ଦିନ ପୂର୍ବରୁ ଆମେରିକା ତାଇବାନ ପ୍ରସଙ୍ଗରେ ଚୀନକୁ ଘେରିବାକୁ ଚେଷ୍ଟା କରିଥିଲା । ଏହପରେ ଚୀନ ବି ତାର ପରାକ୍ରମ ଦେଖାଇଛି । ଉତ୍ତେଜନା ଭିତରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଙ୍ଗଳବାର ସାଉଦୀ ଆରବ ଯାତ୍ରାରେ ପହଞ୍ଚୁଛନ୍ତି । ଅନୁମାନ କରାଯାଉଛି, ଜିନିପିଙ୍ଗର ଏହି ଯାତ୍ରା ଖାଡି ଦେଶ ମଧ୍ୟରେ ଏକ ନୂଆ ସମୀକରଣ ଆଣିବ ।

ଅନ୍ୟପକ୍ଷେ ସାଉଦୀ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ମଧ୍ୟ ଜିନପିଙ୍ଗଙ୍କ ଯାତ୍ରାକୁ ଅପେକ୍ଷା କରିଛନ୍ତି । ଏହି ଗସ୍ତ ପଛରେ ତାଙ୍କର ବି ମହତ୍ୱାକାଂକ୍ଷା ରହିଛି । କୁହାଯାଉଛି, ମହମ୍ମଦ ବିନ ସଲମାନ ମଧ୍ୟ ଗଲ୍ଫ ଦେଶରେ ନିଜ ଆଧିପତ୍ୟ ଦେଖାଇବାକୁ ଚାହୁଁଛନ୍ତି । ତାଙ୍କର ଏହି ଉଦ୍ଦେଶ୍ୟ ପୂରଣ ହେବାରେ ସାହାଯ୍ୟ କରିବ ଚୀନ । ଏପଟେ ଚୀନ ମଧ୍ୟ ନିଜ ଫାଇଦା ଉଠାଇବାକୁ ଲକ୍ଷ୍ୟ  ରଖିଛି । ଚୀନ ସାଉଦି ଆରବ ପରି ଦେଶକୁ ସାଂଘାଇ ସହଯୋଗ ସଗଠନର ସଦସ୍ୟ କରିବାକୁ ଚାହୁଁଛି ।  ଜିନପିଙ୍ଗ ଏହି ସଂଗଠନକୁ ନାଟୋର ପ୍ରତିନ୍ଦ୍ୱନ୍ଦ୍ୱୀ ଭାବେ ଆଗକୁ ବଢାଇବାକୁ ଚେଷ୍ଟା କରୁଛନ୍ତି ।  ସାଉଦୀଆରବ ବଜାରରେ ଚୀନ ନିଜର ଶକ୍ତି ବିନିଯୋଗ କରିବାକୁ ଯାଉଛି । ସେପଟେ ସାଉଦୀଆରବ ସାଘାଂଇ  ସହଯୋଗ ସଂଗଠନର ପର୍ଯ୍ୟବେକ୍ଷକ  ସଦସ୍ୟ ହେବାକୁ ଚାହୁଁଛି ।

ତେବେ ଚୀନ କାହିଁକି ସାଉଦୀ ଆରବ ପ୍ରତି ଏପରି ଢଳୁଛି ? ସାଉଦୀ ଆରବ ପାଇଁ କାହିଁକି ବଢୁଛି ଚୀନର ଆଗ୍ରହ ?  ଏହା ପଛରେ ରହିଛି ଆମେରିକା । ଏବେ ସାଉଦୀ ଆରବ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ତେବେ ଏକଥା ସତ ଯେ, ଦିନେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଭଲ ଥିଲା  । ଏପରିକି ଗଲ୍ଫ ଦେଶ ମଧ୍ୟରେ ସାଉଦୀ ଆରବ ଆମେରିକାର ସବୁଠାରୁ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଥିଲା । ହେଲେ କିଛି ଦିନ ତଳେ ତୈଳ ବିବାଦକୁ ନେଇ ବାଇଡେନ- ମହମ୍ମଦ ବିନ ସଲମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ଦୁଇ ଦେଶ ସମ୍ପର୍କ ଖରାପ ହେବାର ଅନ୍ୟତମ କାରଣ ସାମ୍ବାଦିକ  ଜମାଲ ଖଶୋଗୀଙ୍କ ହତ୍ୟା । ଏହି ହତ୍ୟାକାଣ୍ଡ ପରେ ସାଉଦୀ ଆରବ ପ୍ରଧାନମନ୍ତ୍ରୀ ହୋଇଥିବା ପ୍ରିନ୍ସ ବାଇଡେନଙ୍କ ଧମକ ପରେ ବି ତୈଳ ଉତ୍ପାଦନ ହ୍ରାସ କରିଥିଲେ ।

  ଏହି ସମ୍ପର୍କର ଫାଟରୁ ଚୀନ ବି ଫାଇଦା ଉଠାଇବାକୁ ଚାହୁଁଥିବା ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

 

 

Leave A Reply

Your email address will not be published.