Latest Odisha News

BREAKING NEWS

ବାକି ଟଙ୍କା ମାଗିବାରୁ ଦୋକାନରେ ଲଗାଇଲେ ନିଆଁ

ମୟୁରଭଞ୍ଜ : କପ୍ତିପଦା ଥାନା ଅନ୍ତର୍ଗତ ଶାଳଚୁଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ବାକି ଟଙ୍କା ମାଗିବାରୁ ଯୁବକଙ୍କ ଉନ୍ମତକାଣ୍ଡ । ସୂଚନା ଅନୁଯାୟୀ ଶାଳଚୁଆ ଗାଁରେ ଆଦିକନ୍ଦ ବାରିକ ଏକ ଗ୍ରୋସରୀ ଦୋକାନ କରିଥିଲେ । ଆଦିକନ୍ଦଙ୍କ ଦୋକାନରୁ ସଞ୍ଜୟ ଜେନା ନାମକ ଜଣେ ଯୁବକ ବାକିରେ ସାମଗ୍ରୀ ନେଉଥିଲେ । ଚାରି ଦିନ ପୂର୍ବରୁ ଆଦିକନ୍ଦ ତାଙ୍କୁ ବାକି ଟଙ୍କା ମାଗିବାରୁ ସଞ୍ଜୟ ଟଙ୍କା ଦେବା ବଦଳରେ ଆଦିକନ୍ଦକୁ ମାରିବାକୁ ଧମକ ଦେଇଥିଲେ । ଗତକାଲି ଆଦିକନ୍ଦ ନିଜ ଦୋକାନ ଭିତରେ ଶୋଇଥିବା ବେଳେ ସଞ୍ଜୟ ତାଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିଲେ ।ସଙ୍ଗେ ସଙ୍ଗେ ନିଆଁ ବ୍ୟାପିବାକୁ ଲାଗିଥିଲା ।

ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁ ଏତେ ପ୍ରଖର ଥିଲା ଯେ ଆଦିକନ୍ଦଙ୍କ ଦୋକାନ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଗଲା । ଏନେଇ ନିଆଁରେ ପୋଡ଼ି ହୋଇ ଆଦିକନ୍ଦ ଗୁରୁତର ହୋଇଛନ୍ତି ।

Leave A Reply

Your email address will not be published.