Latest Odisha News

BREAKING NEWS

୧୦୦ ରୁ ୧୧୦୦ କୋଟି କେମିତି ହେଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନରେ ଶୁଣାଣୀ କରି ଇଡିକୁ ପ୍ରଶ୍ନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କେଜ୍ରିୱାଲଙ୍କୁ ଗିରଫ କରିବାକୁ ପୁରା ୨ ବର୍ଷ କିପରି ଲାଗିଗଲା ବୋଲି ଇଡିକୁ ପ୍ରଶ୍ନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡିର ତଦନ୍ତକୁ ନେଇ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ, କେଜ୍ରିୱାଲଙ୍କୁ ଗିରଫ କରିବାକୁ ଏବଂ ପ୍ରକୃତ ସତ୍ୟ ସାମ୍ନାକୁ ଆଣିବାକୁ ଇଡିକୁ ଦୁଇ ବର୍ଷ ସମୟ ଲାଗିଗଲା କିପରି । ଏନେଇ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଇଡି ପକ୍ଷରୁ ହାଜର ହୋଇଥିବା ଏଏସଜି ଏସଭି ରାଜୁ ଯୁକ୍ତି ଉପସ୍ଥାପନ କରିଥିଲେ। ମନୀଷ ସିସୋଦିଆଙ୍କ ଜାମିନ ବାତିଲ ହେବା ପରେ ୧୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ବୋଲି ଏଏସଜି ରାଜୁ ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି।

ଅନୁସନ୍ଧାନକାରୀ ସଂସ୍ଥାର ଯୁକ୍ତି ଉପରେ ବିଚାରପତିମାନେ କହିଛନ୍ତ, ୧୦୦ କୋଟି ଟଙ୍କା ଅପରାଧର ଆୟ ଅଟେ, କିନ୍ତୁ ଏହି ଘୋଟାଲାର ମୂଲ୍ୟ ୧୧୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ବୃଦ୍ଧି କିପରି ହେଲା? ଯେତେବେଳେ କି ଇଡି କୋର୍ଟରେ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରିଥିଲେ ଏବଂ ତଦନ୍ତ ସମୟରେ ତାଙ୍କ ନାମ ଆସିଥିବା କହିଥିଲେ।

Leave A Reply

Your email address will not be published.