Latest Odisha News

BREAKING NEWS

ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ଗଲେ ଗଜପତି, ଜାଣନ୍ତୁ କାହିଁକି?

ପୁରୀ: ଆଜି ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଗଜପତି ମହାରାଜ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲା ବେଳେ ସିଂହଦ୍ବାର ବାଟେ ନଯାଇ ଦକ୍ଷିଣ ଦ୍ବାରବାଟେ ପ୍ରବେଶ କରିଥିଲେ । ତେବେ କ’ଣ ଆପଣ ଜାଣନ୍ତି, ସବୁବେଳେ ପୂର୍ବଦ୍ବାର ଦେଇ ଯାଉଥିବା ମହାପ୍ରଭୁଙ୍କ ଆଦ୍ୟ ସେବକ କାହିଁକି ଏଥର ଦକ୍ଷିଣ ଦ୍ବାର ଦେଇ ପ୍ରବେଶ କଲେ ?

ତେବେ ଏନେଇ ଜଗନ୍ନାଥ ସଂସ୍କୃତି ଗବେଶକଙ୍କ କହିବା ଅନୁଯାୟୀ, ସିଂହଦ୍ବାର ହେଉଛି ସେବାର ଦ୍ବାର, ଗଜପତି ମହାରାଜ ଯେତେବେଳେ ମହାପ୍ରଭୁଙ୍କ ଛେରା ପହଁରା ଭଳି କୌଣସି ସେବା ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରନ୍ତି, ତେବେ ସେ ପୂର୍ବଦ୍ବାର ବା ସିଂହଦ୍ବାର ଦେଇ ପ୍ରବେଶ କରିଥାଆନ୍ତି । କିନ୍ତୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ ସେ ଦକ୍ଷିଣ ଦ୍ବାର ଦେଇ ଭିତରକୁ ପ୍ରବେଶ କରିବେ । ଏହା ସହିତ ଦକ୍ଷିଣ ଦ୍ବାର ହେଉଛି ଅର୍ଥର ଦ୍ବାର । ସେଥିପାଇଁ ରାଜାମାନେ କେବଳ ଦକ୍ଷିଣ ଦ୍ବାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବାର ପରମ୍ପରା କାହିଁ କେତେ କାଳରୁ ଚାଲିଆସିଛି । ଯେହେତୁ ଗଜପତି ଆଜି କୌଣସି ସେବା ପାଇଁ ନଯାଇ ରତ୍ନଭଣ୍ଡାର ଅନୁଧ୍ୟାନ ପାଇ ଯାଇଥିଲେ ତେଣୁ ସେ ଦକ୍ଷିଣ ଦ୍ବାର ଦେଇ ପ୍ରବେଶ କରିଥିଲେ ।

Comments are closed.