Latest Odisha News

ସ୍ବାସ୍ଥ୍ୟ ପାଇଁ କାହିଁକି ଉପକାରୀ ଗ୍ରୀନ୍ ମଟର ?

ନୂଆଦିଲ୍ଲୀ : ଶୀତଦିନେ ଆମେ ଆମ ଶରୀରକୁ ସୁସ୍ଥ ରଖିବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାଉ । କିଏ ଫଳମୂଳ ଖାଆନ୍ତି ତ ଆଉ କେହି କେହି ସତେଜ ପନିପରିବା ଖାଆନ୍ତି । ସାଧାରଣତଃ ଶୀତଦିନେ ବହୁ ଲୋକ ଗ୍ରୀନ୍ ମଟର ଖାଇବାକୁ ଭଲ ପାଆନ୍ତି । ଏହାକୁ ଉପମା କୁହନ୍ତୁ ବା ବିଭିନ୍ନ ସବଜିରେ ଆମେ ବ୍ୟବହାର କରିଥାଉ  । କିନ୍ତୁ ଆପଣମାନେ ଜାଣିନ୍ତି କି , ଏହା ଆମ ଶରୀର ପାଇଁ କେତେ ଉପକାରୀ । ହଁ ଆଜ୍ଞା ଗ୍ରୀନ ମଟର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ।

ଏଥିରେ ପ୍ରୋଟିନ୍‌, ଆଇରନ୍‌, ଫସ୍‌ଫରସ୍‌, ଭିଟାମିନ୍‌-ଏ, ଭିଟାମିନ୍‌-କେ, ଭିଟାମିନ୍‌-ସି ରହିଛି। ଏହା ମେଦ ବହୁଳତାକୁ କମାଇବାରେ ସାହାଯ୍ୟ କରିଥାଏ  ।  ଏଥିରେ କ୍ୟାଲୋରୀ ପରିମାଣ ମଧ୍ୟ କମ୍‌ ରହିଛି। ରକ୍ତରେ ସୁଗାର ସ୍ତରକୁ ମଧ୍ୟ ଏହା ସନ୍ତୁଳିତ ରଖେ। ଏଥିରେ ଯେହେତୁ ଆଇରନ୍‌ ଓ ଫାଇବର୍‌ ରହିଛି ।  ତେଣୁ ତାହା ପାଚନକ୍ରିୟାକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ। ଏଥିରେ ମ୍ୟାଗ୍ନେସିୟମ୍‌ ଓ ପୋଟାସିୟମ୍‌ ମଧ୍ୟ ରହିଛି  । ଯାହା ଶରୀର ପାଇଁ ବେଶ୍‌ ଉପକାରୀ। ଏହାବ୍ୟତୀତ ଗ୍ରୀନ୍‌ ମଟରରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ  ।

Comments are closed.