Latest Odisha News

BREAKING NEWS

ଚାଲିଛି ପିସି କାରବାର, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିମ୍ନମାନର ରାସ୍ତା ନିର୍ମାଣ କରି ମାଲେମାଲ୍ ବିଭାଗ ଓ ଠିକାଦାର

ନୂଆପଡା: ପିସି ରେ ପେଷି ହେଉଛି ନୂଆପଡା ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟାଳୟ  । ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ କୋଟିକୋଟି ଟଙ୍କାର ରାସ୍ତା କାମରେ ନିମ୍ନମାନର ରାସ୍ତା ନିର୍ମାଣ କରି ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଛାଡି ଯାଇଛନ୍ତି ଉଭୟ ବିଭାଗ ଓ ଠିକାଦାର । ଉଭୟ ଙ୍କ ମଧୁଚନ୍ଦ୍ରିକାରେ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଅତିନିମ୍ନ ମାନର ହେଉଥିବା ହେତୁ ହାତରେ ପିଚୁ ବାହାରୁଥିବା ବେଳେ ସ୍ଥାନେସ୍ଥାନେ ଗର୍ତ ସୃଷ୍ଟି ହୋଇ ବିପଦକୁ ଆମନ୍ତ୍ରଣ କରୁଛି । ନୂଆପଡା ଜିଲ୍ଲା ଗଣ୍ଡାମେର ଛକ ଠାରୁ ଭାୟା ମୁରିବାହଲ, ଠାକୁରପାଲି ଦେଇ ବଲାଙ୍ଗୀର ସୀମାନ୍ତ ପର୍ଯ୍ୟନ୍ତ ହୋଇଥିବା ରାସ୍ତା କାମରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ ।

ଇଏ ହେଉଛି ନୂଆପଡା ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିନସ୍ଥ କୋମନା ବ୍ଲକର ଗଣ୍ଡାମେର ଠାରୁ ଠାକୁରପାଲି ଦେଇ ବଲାଙ୍ଗୀର ସୀମାନ୍ତ ପର୍ଯ୍ୟନ୍ତ ହୋଇଥିବା ରାସ୍ତା । ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ନିର୍ମାଣ ମନ୍ତ୍ରଣାଳୟ ବିଭାଗ ତରଫରୁ ଗଣ୍ଡାମେର ଛକ ଠାରୁ ମୁରିବାହାଲ ଦେଇ ଠାକୁରପାଲି ପର୍ଯ୍ୟନ୍ତ ୧୦.୮୫ କିମି ପିଚୁ ରାସ୍ତା ପାଇଁ ପ୍ରାୟ ୫କୋଟି ୧୭ଲକ୍ଷ ୪୬ହଜାର ୭୭୮ ଟଙ୍କା ମଞ୍ଜୁର ହୋଇଥିଲା ।  ନୂଆପଡା ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟନିର୍ବାହୀ ଅଧିକାରୀ ଏହାର ଦାଇତ୍ୱ ନେଇଥିବା ବେଳେ  ଶ୍ରୀ ସମ୍ଭୁ ପ୍ରସାଦ ସୁପରକ୍ଲାସ ଠିକାଦାର ଏହାର ଟେଣ୍ଡର ପାଇଥିଲେ । ଟେଣ୍ଡର ପାଇବା ଦିନ ଠାରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର କାର୍ଯ୍ୟର ମନ୍ଥରତା ଯୋଗୁଁ ସମୟ ଅବଧି ସରିଯାଇଥିଲେ ହେଁ କାର୍ଯ୍ୟଶେଷ ହେବାର ନାଁ ଧରୁ ନାହିଁ । ଅପରପକ୍ଷରେ କାର୍ଯ୍ୟ ନିମ୍ନମାନର ହେଉଥିବା ଯୋଗୁଁ ସ୍ଥାନେସ୍ଥାନେ ପିଚୁ ସବୁ ପରସ୍ତ ପରସ୍ତ ହୋଇ ବାହାରି ପଡୁଛି । ଏନେଇ ସ୍ଥାନୀୟ ଗ୍ରାମବାସୀମାନେ ବାରମ୍ବାର ଠିକାଦାର ତଥା ବିଭଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କେହି ବି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ମାନେ କହିଛନ୍ତି ।

ଆବଶ୍ୟକ ମୁତାବକ ମେଟେରିଆଲ ବ୍ୟବହାର ନକରି ଠିକାଦାର ମନମାନି କାର୍ଯ୍ୟ କରିଥିବା ଗଣ୍ଡାମେର ବାସୀ କହିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ ର କଥା କାର୍ଯ୍ୟସ୍ଥଳରେ ଦିନେ ହେଲେ ବିଭାଗୀୟ ଯନ୍ତ୍ରୀଙ୍କୁ ଦେଖି ନଥିବା ଅଞ୍ଚଳବାସୀ କହିଛନ୍ତି । ବର୍ତ୍ତମାନ ରାସ୍ତା ନିର୍ମାଣ ସମୟ ଅବଧି ଶେଷ ହୋଇଯାଇଥିବା ବେଳେ ରାସ୍ତା ମରାମତି ନାଁ ରେ ଥିବା ୪୮ ଲକ୍ଷ ୨୭ ହଜାର ୮୫୮ଟଙ୍କା ଖର୍ଚ୍ଚ ହେବ କିପରି ତାହା ଏବେ ସନ୍ଦେହ ଘେରରେ ।  ଏବାବଦରେ ନୂଆପଡା ଗ୍ରାମ୍ୟ ନିର୍ମାଣ  ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ନିମ୍ନ ମାନର କାମ ଅଭିଯୋଗକୁ ଖଣ୍ଡନ କରିବା ସହ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ ହୋଇ ପଡ଼ିଥିଲେ । ନିମ୍ନ ମାନର ରାସ୍ତା ନିର୍ମାଣକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ କିଂମ୍ବା ଠିକାଦାର ଶୁଣୁନଥିବା ରୁ ଆଗମୀ ଦିନରେ ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ ହିଁ ଏକ ପନ୍ଥା ବୋଲି ଜନ ସାଧାରଣ ଚେତାଵନୀ ଦେଇଛନ୍ତି ।

Leave A Reply

Your email address will not be published.