ଭୁବନେଶ୍ୱର: ୨୦୨୧ ଅର୍ଜୁନ ପୁରସ୍କାର ପାଇଁ ହକି ଇଣ୍ଡିଆ କେଉଁ ନୀତି ଆପଣାଇଛି ତାହା ଜଣାପଡୁ ନାହିଁ । ପ୍ରଦର୍ଶନ, ଅଭିଜ୍ଞତା ନା ଆଉ କିଛି ? ତେବେ ଏଥର ଅର୍ଜୁନ ପୁରସ୍କାର ପାଇଁ ଭାରତର ଦୁଇ ଆନ୍ତର୍ଜାତୀୟ ଷ୍ଟାର ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ଏକ୍କାଙ୍କ ନାମ ପଠାଯାଇ ନାହିଁ । ଏହି ଦୁଇ ଖେଳାଳିଙ୍କ କ୍ଷେତ୍ରରେ ନୁହେଁ ଓଡିଶାକୁ ବାରମ୍ବାର ଏ ନେଇ କୋଣଠେସା କରାଯାଉଛି । ୬୦ ବର୍ଷ ମଧ୍ୟରେ ମାତ୍ର ୯ଜଣ ଓଡିଆ ଖେଳାଳି ଏହି ସମ୍ମାନ ପାଇଛନ୍ତି । ହକି ଇଣ୍ଡିଆ ତରବରିଆ ଭାବେ ଖେଳରତ୍ନ ପୁରସ୍କାର ପାଇଁ ଶ୍ରୀଜେସ,ଦୀପିକା ଏବଂ ଅର୍ଜୁନ ପୁରସ୍କାର ପାଇଁ ହରମନପ୍ରୀତ ସିଂ, ବନ୍ଦନା କାଟରିୟା ଏବଂ ନଭଜୋତ କୌରଙ୍କ ନାମ ପଠାଇଛି ।
ଏମାନଙ୍କ ତୁଳନାରେ ବୀରେନ୍ଦ୍ର ଏବଂ ଦୀପଗ୍ରେସଙ୍କ ପ୍ରଦର୍ଶନ କଣ ଖରାପ ଥିଲା? ଅଲିମ୍ପିକ ଟିମରେ ପକ୍ଷପାତିତା ସ୍ୱର ଜୋର ଧରିବା ପରେ ଏହାକୁ ଲୁଚାଇବା ପାଇଁ ଉପରୋକ୍ତ ଦୁଇ ଖେଳାଳିଙ୍କୁ ଜାତୀୟ ଦଳର ଉପ ଅଧିନାୟକ କରି ଦିଆଗଲା । ବୀରେନ୍ଦ୍ର ୧୯୭ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ହରମନପ୍ରୀତ ୧୧୯ ମ୍ୟାଚ ଖେଳିଛନ୍ତି । ସେହିପରି ଦୀପଗ୍ରେସଙ୍କ ପ୍ରଦର୍ଶନକୁ ସବୁ ମହଲରେ ପ୍ରଶଂସା କରାଯାଉଥିବା ବେଳେ ତାଙ୍କୁ ଆଡେଇ ନଭଜୋତଙ୍କ ନାଁ ସୁପାରିଶ କରାଗଲା ।
ସରକାରଙ୍କ ନୂତନ ନିୟମ ଅନୁସାରେ ରାଜ୍ୟ ସରକାର, କ୍ରୀଡା ସଂଗଠନ ଏବଂ କ୍ରୀଡାବିତ୍ ବ୍ୟକ୍ତିଗତ ଭାବେ ନିଜ ନାମ ସୁପାରିଶ କରିପାରିବେ । ତେବେ କମିଟି ଜାତୀୟ ଫେଡେରେଶନ ପଠାଇଥିବା ନାମକୁ ଗୁରୁତ୍ୱ ଦେଇଥାଏ । ଯଦି ଏହା ବିଚାରକୁ ନିଆଯାଏ ତାହାହେଲେ ଏଥର ହକି ଇଣ୍ଡିଆ ପଠାଇଥିବା ଖେଳାଳି ପୁରସ୍କାର ହକଦାର ହେବେ । କମିଟି ଯଦି ପ୍ରକୃତରେ ନିରପେକ୍ଷ ବିଚାର କରେ ତାହାହେଲେ ହୁଏତ ଓଡିଶା ଖେଳାଳିଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ । ଏବେ କେବଳ ସମୟକୁ ଅପେକ୍ଷା ।
BREAKING NEWS
- Bjp National President: ଆଜିଠୁ ବିଜେପିରେ ‘ନବୀନ’ ଯୁଗ ଆରମ୍ଭ
- Weather Update: ରାଜ୍ୟରେ ଶୀତ ଗାଏବ, ବଢୁଛି ତାପମାତ୍ରା
- Fire Breaks Out: ବିଳମ୍ବିତ ରାତିରେ ୧ ନମ୍ବର ହାଟରେ ଭୟାବହ ଅଗ୍ନିକାଣ୍ଡ, ଧ୍ବଂସ ପାଇଲା ୪୦ରୁ ଅଧିକ ଦୋକାନ
- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାଥରୁମ୍ରେ ନବଜାତ ଶିଶୁକନ୍ୟାକୁ ଫୋପାଡି ମା’ ଚମ୍ପଟ
- state of emergency: ଜଙ୍ଗଲରେ ଅଗ୍ନିକାଣ୍ଡ; ୧୮ ଜଣଙ୍କର ମୃତ୍ୟୁ , ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି
- ନେପାଳରେ ଆଚରଣ ସଂହିତା ଲାଗୁ , ସାଧାରଣ ନିର୍ବାଚନ ମାର୍ଚ୍ଚ ୫ରେ..
- Brown Sugar Seizure: ବ୍ରାଉନସୁଗାର ସହ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ, ୨ ଅଭିଯୁକ୍ତ ଅଟକ
- Bhitarkanika: ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି; ୨୦ଟି ଧଳା କୁମ୍ଭୀର…
- ଜାନୁଆରୀ ୨୧ରୁ ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ ଆରମ୍ଭ…
- ସରିଗଲା କି ଜାଡେଜାଙ୍କ ଦିନିକିଆ କ୍ୟାରିୟର
Comments are closed.