Latest Odisha News

BREAKING NEWS

ଧାନ ବିକ୍ରି ଓ ଟୋକନ ଅବଧି ବୃଦ୍ଧି ଦାବି

ବରଗଡ଼ : ଟୋକନ ଅବଧି ସାରିଯାଇଥିବା ବେଳେ ବରଗଡ଼ ଜିଲ୍ଲାର ଚାଷୀ ମାନେ ଧାନ ବିକ୍ରି କରି ପାରି ନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଧାନ ବିକ୍ରି ଓ ଟୋକାନ ଅବଧି ବୃଦ୍ଧି ଦାବିକରି ଆଜି ଜିଲ୍ଲାର ଚାଷୀ ମାନେ ବରଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟlଳୟ ସମ୍ମୁଖରେ ଧାନ ବସ୍ତା ପକେଇ ଆନ୍ଦୋଳନ କରୁଛନ୍ତି ।

ବରଗଡ଼ ଜିଲ୍ଲାର୍ ବହୁ ମାର୍କେଟ ୟାର୍ଡ୍ରେ ଧାନ ପଡି ରହିଛି । କେତେକ ସ୍ଥାନରେ ଧାନ ବିକ୍ରି ହୋଇ ନ ପାରି ଗଜା ହୋଇଗଲାଣି । ଟୋକନର ଅବଧି ସରକାର ମାତ୍ର ୧୨ ଦିନ ଧାର୍ଯ୍ୟ କରିଥିବାରୁ ସେହି ସମୟ ମଧ୍ୟରେ ଧାନ ବିକ୍ରି କରି ନପାରିଲେ ଚାଷୀର ଧାନ ରହିଯାଉଛି । ତେଣୁ ଏହି ସବୁ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ, ସ୍ଥାନୀୟ ବିଧାୟକ ଓ ରାଜ୍ୟ ସରକାର ଙ୍କୁ ଦାବି କରୁଥିଲେ ବି ସମସ୍ୟାର ସମାଧାନ କରାଯାଉନଥିବା ଅଭିଯୋଗ କରୁଛନ୍ତି ଚାଷୀ ।

Leave A Reply

Your email address will not be published.