Latest Odisha News

BREAKING NEWS

କାହିଁକି ଆମେରିକାକୁ ପସନ୍ଦ କରୁଛନ୍ତି ଅଧିକାଂଶ ଭାରତୀୟ ?

ୱାଶିଂଟନ: ପ୍ରଭାବଶାଳୀ ରାଷ୍ଟ୍ର ଆମେରିକାରେ ସାରା ବିଶ୍ବର ଅନେକ ଲୋକ ରହିବାକୁ ପସନ୍ଦ କରନ୍ତି। ସେମାଙ୍କର ସ୍ବପ୍ନର ସ୍ଥାନ ହୋଇଥାଏ ଆମେରିକା। ଭରତୀୟମାନେ ବି ଆମେରିକାରେ ରହିବାକୁ ଖୁବ ପସନ୍ଦ କରୁଛନ୍ତି। ପ୍ରତିବର୍ଷ ଲକ୍ଷାଧିକ ଭାରତୀୟ ନିଜ ସ୍ବପ୍ନ ପୂରଣ ପାଇଁ ଆମେରିକା ଯାଉଛନ୍ତି। ଆର୍ଥିକ ସ୍ବଚ୍ଛଳତା, ଉତ୍ତମ ଜୀବନଶୈଳୀ ଓ ସୁନ୍ଦର ଭବିଷ୍ୟତ ସେମାନେ ଆମେରିକାରେ ରହିବାର ମୁଖ୍ୟ କାରଣ।

ଆମେରିକାରୁ ଫେରିବେ ୧୮ ହଜାର ଭାରତୀୟ
ପ୍ରବାସୀଙ୍କ ପାଇଁ କଠୋର ହେଉଛି ଆମେରିକା। ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାର ପ୍ରବାସୀଙ୍କ ଉପରେ କଡା ପଦକ୍ଷେପ ନେଇପାରନ୍ତି। ଆମେରିକାରେ ଆନୁମାନିକ ୫୪ ଲକ୍ଷ ଭାରତୀୟ ରହିଛନ୍ତି। ଏଥିମଧ୍ୟରୁ ଦୁଇ ତୃତୀୟାଂଶ ଭାରତୀୟ ବେଆଇନ ଭାବରେ ରହିଛନ୍ତି। ତେବେ ଆମେରିକାରେ ଅବୈଧ ଭାବରେ ଥିବା ଭାରତୀୟମାନଙ୍କୁ ଫେରାଇ ଆଣିବାକୁ ଆମେ ପ୍ରସ୍ତୁତ ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି। ସୂତ୍ର ମୁତାବକ ଆମେରିକାରେ ବେଆଇନ ଭାବରେ ରହୁଥିବା ୧୮ ହଜାର ଭାରତୀୟ ତୁରନ୍ତ ଭାରତ ଫେରିବେ। ଏମାନଙ୍କ ପାଖରେ ଆମେରିକାର ନାଗରିକତା ନଥିବା ଜାଣିବାକୁ ମିଳିଛି।

ଆମେରିକା ପ୍ରତି କାହିଁକି ଏତେ ଆକର୍ଷଣ ?
ଭାରତରେ ବେରୋଜଗାରୀ ତଥା ସୀମିତ ରୋଜଗାର କାରଣରୁ ଭାରତୀୟ ଆମେରିକା ପ୍ରତି ଆକର୍ଷିତ ହେଉଛନ୍ତି। ଏକ ସର୍ଭେ ଅନୁସାରେ ଭାରତେରେ ୨୦୨୩-୨୪ ରେ ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ବେକାରୀଙ୍କ ସଂଖ୍ୟା ୧୨ ପ୍ରତିଶତରୁ ଅଧିକ ରହିଥିଲା। ହେଲେ ଆମେରିକାରେ ଭାରତୀୟଙ୍କ ବାର୍ଷିକ ଆୟ ୬୦,୦୦୦ ରୁ ୬୫,୦୦୦ ଡଲାର ବା ଭାରତୀୟ ମୁଦ୍ରା ଅନୁସାରେ ୫୧-୫୬ ଲକ୍ଷ ରହିଛି। ଭାରତୀୟମାନେ ଆମେରିକାରେ ରହିବାର କାରଣ କେବଳ ଆର୍ଥିକ ଉନ୍ନତି ନୁହେଁ, ବରଂ ଏଥିରେ ଉନ୍ନତ ଶିକ୍ଷା ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.