Latest Odisha News

କାହିଁକି ପ୍ରିୟଙ୍କାଙ୍କର ପ୍ରଶଂସକ ଅଟନ୍ତି କଙ୍ଗନା

ମୁମ୍ବାଇ: ବଲିଉଡର ବୋଲ୍ଡ ଏବଂ ବିୟୁଟିଫୁଲ କଙ୍ଗନା ରାଣାୱତ ହୁଏତ ଅନେକ ବଲିଉଡ ଷ୍ଟାରଙ୍କ ଉପରେ ନିଜର ଅସନ୍ତୁଷ୍ଟି ବ୍ୟକ୍ତ କରିପାରନ୍ତି, କିନ୍ତୁ ତାଙ୍କ ନଜରରେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯାହାଙ୍କର ସେ ପିଲାଦିନର ପ୍ରଶଂସକ ଅଟନ୍ତି । ଇଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କଙ୍ଗନା ପ୍ରିୟଙ୍କା ଚୋପ୍ରାଙ୍କୁ ପସନ୍ଦ କରୁଥିବା କହିଛନ୍ତି ଏବଂ ସେ ସ୍କୁଲ ଦିନରୁ ଏହି ଦେଶୀ ଗାର୍ଲଙ୍କ ପ୍ରଶଂସକ ବୋଲି ମଧ୍ୟ କହିଥିଲେ।

“ପ୍ରିୟଙ୍କା ବହୁତ ଭଲ ଅଟନ୍ତି। ଯେତେବେଳେ ମୁଁ ସ୍କୁଲରେ ଥିଲି, ସେତେବେଳେ ମୁଁ ତାଙ୍କ ଚଳଚ୍ଚିତ୍ର ଦେଖୁଥିଲି । ୧୯ ବର୍ଷ ବୟସରେ ମୁଁ ଅଭିନୟରେ ପାଦ ଦେଲି “। ପ୍ରିୟଙ୍କାଙ୍କ ସହ ଫ୍ୟାଶନ୍’ରେ କାମ କରିବା ସମୟର ନିଜର ଅନୁଭୂତି ବଖାଣିଛନ୍ତି କଙ୍ଗନା।

କଙ୍ଗନା କହିଛନ୍ତି, “ପ୍ରିୟଙ୍କା ବହୁତ ଶାନ୍ତ ସ୍ୱଭାବର। ସେ ମୋତେ ଛୋଟ ପିଲା କିମ୍ବା ଜୁନିଅର ଭଳି ବ୍ୟବହାର ନକରି ବରଂ ଜଣେ ବନ୍ଧୁ ଭଳି ବ୍ୟବହାର କରିଥିଲେ । ସେ ମୋ ସହ ଖାଇବା ସେୟାର କରୁଥିଲେ ଏବଂ ତାଙ୍କ ଲୁକ୍ସ ସମ୍ପର୍କରେ ମୋତେ ପଚାରି ବୁଝୁଥିଲେ।

‘ମୁଁ କିପରି ଦେଖାଯାଉଛି, ଏହି ପୋଷାକ କିପରି ଦେଖାଯାଉଛି ବୋଲି ସେ ପଚାରନ୍ତି। କେବେବି ସେ ନିଜକୁ ଏକ ବଡ଼ ତାରକା କି ମୋର ସିନିୟର ଭାବେ ଅନୁଭବ କରାଇ ଦେଇ ନଥିବା କଙ୍ଗନା କହିଛନ୍ତି।

Comments are closed.