Latest Odisha News

ଦି କଶ୍ମୀର ଫାଇଲ୍ସ ପରେ ବିବେକ ଆଣୁଛନ୍ତି ଦି ଭ୍ୟାକ୍ସିନ ୱାର

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ପରେ ଚର୍ଚ୍ଚିତ ଫିଲ୍ମ ମେକର ବିବେକ ରଞ୍ଜନ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ଫିଲ୍ମର ନାମ ଘୋଷଣା କରିଛନ୍ତି । ଦି ଭ୍ୟାକ୍ସିନ ୱାର ନାମକ ଏହି ଫିଲ୍ମ ୧୫ ଅଗଷ୍ଟ ୨୦୨୩ରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ହିନ୍ଦୀ, ତେଲୁଗ, ତାମିଲ ସମେତ ୧୦ରୁ ଅଧିକ ଭାଷାରେ ଏହି ଫିଲ୍ମ ରିଲିଜ ହେବ । ଦି କଶ୍ମୀର ଫାଇଲ୍ସ ପରେ ବିବେକଙ୍କ ଆଗାମୀ ଫିଲ୍ମ କଣ ହେବ ସେ ନେଇ ବେଶ ଆଲୋଚନା ଚାଲିଥିଲା । ଏବେ ଏହାର ସମାପ୍ତି ଘଟିଛି । ଆଇସିଏମଆର ଓ ଏନଆଇଭି ବୈଜ୍ଞାନିକଙ୍କ ସହ ବିବେକ ଏ ନେଇ ଗବେଷଣା ମଧ୍ୟ କରିଥିଲେ । କରୋନା ମହାମାରୀ ଲଢ଼େଇରେ କିପରି ଟୀକା ପ୍ରସ୍ତୁତ ପାଇଁ ଆମ ବୈଜ୍ଞାନିକମାନେ ଦିନ ରାତି ଏକ କରିଥିଲେ । ସେମାନଙ୍କ ସଂଘର୍ଷ ଓ ବଳିଦାନ ସହ ବଡ ବଡ ଦେଶ ଏବଂ ବିଦେଶୀ ଏଜେନ୍ସିଙ୍କ ଏକ ଛାୟା ଯୁଦ୍ଧ ଲଢ଼ା ଯାଇଥିଲା । ତାହା ଏଥିରେ ଉଲ୍ଲେଖ ରହିବ ।

ନିଜ ଦେଶରେ ବି ସୁରକ୍ଷିତ ଟୀକା ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ଷଡଯନ୍ତ୍ରୀ ଶୀକାର ହେବାକୁ ପଡିଥିଲା । ଶେଷରେ ଆମେ ସବୁଠାରୁ ଦ୍ରୁତ, ଶସ୍ତା ଓ ସୁରକ୍ଷିତ ଟୀକା ପ୍ରସ୍ତୁତ କରି ମହାଶକ୍ତିଙ୍କୁ ଚୁପ କରିପାରିଥିଲେ । ଏହା ଏକ ବାୟୋ ୱାର ଥିଲା । ଆଇଏମ ବୁଦ୍ଧର ପଲ୍ଲବୀ ଯୋଶୀ ଫିଲ୍ମକୁ ପ୍ରଡ୍ୟୁସ କରିବି । ଖୁବ ଶୀଘ୍ର ଅନ୍ୟ କଳାକାରଙ୍କ ନାମ ଘୋଷଣା କରାଯିବ ବୋଲି ବିବେକ କହିଛନ୍ତି ।

Leave A Reply

Your email address will not be published.