Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହିଁକି କରୋନା ପାଇଁ ଶୀଘ୍ର ଔଷଧ ବାହାରି ପାରୁ ନାହିଁ

ନୂଆଦିଲ୍ଲୀ: କରୋନା ଭାଇରସ ବ୍ୟାପିବାର ମୁଖ୍ୟ କାରଣ ହେଲା ଏଥିପାଇଁ କୌଣସି ଔଷଧ କିମ୍ବା ଟୀକା ବାହାରି ନାହିଁ । ଆସନ୍ତୁ ଜାଣିବା କାହିଁକି ଏହା ପାଇଁ ତରବରିଆ ଭାବେ ଔଷଧ ବାହାର କରାଯାଇ ପାରୁ ନାହିଁ ।

  • ସାଧାରଣ ଭୂତାଣୁର ବ୍ୟାପିବା ବେଗ ଶୂନରୁ ୧ ପ୍ରତିଶତ ମଧ୍ୟରେ ଥିବାବେଳେ କରୋନା ୨.୮ ପ୍ରତିଶତ ବେଗରେ ବ୍ୟାପୁଥିବାରୁ କୌଣସି ଆଣ୍ଟିବାୟୋଟିକ୍ସ୍ ଏହାକୁ ରୋକିବାରେ ସଫଳ ହୋଇପାରୁ ନାହିଁ ।
  • କରୋନା ଭୂତାଣୁର ସଂରଚନାରେ ଏସ୍ ଏବଂ ଏଲ୍ ଆକାର ରହିଛି। ଚାଇନାରେ ୭୨ ପ୍ରତିଶତଙ୍କଠାରେ ଏସ୍ କରୋନା ଭୂତାଣୁ ଦେଖାଦେଇଥିବାବେଳେ କେବଳ ୨୯ ପ୍ରତିଶତଙ୍କଠାରେ ଏଲ୍ ଭୂତାଣୁ ଦେଖାଦେଇଛନ୍ତି ।
  • ଏସ୍ ସଂରଚନା ଥିବା କରୋନା ଭୂତାଣୁ ପ୍ରାଣୀଙ୍କଠାରୁ ମନୁଷ୍ୟ ଶରୀରକୁ ଆସିଥିବା ଅନୁମାନ କରାଯାଉଛି। ତେବେ ଏଲ୍ ସଂରଚନା ଥିବା ଭୂତାଣୁ ଅତି ଶୀଘ୍ର ବ୍ୟାପିବା ସହିତ ମହାମାରୀ ସୃଷ୍ଟି କରିଥାଏ ।
  • ଭିନ୍ନ ଭିନ୍ନ ପରିବେଶରେ ଏଲ୍ ଭୂତାଣୁ ନିଜର କ୍ରିୟାଶୀଳତାକୁ ମଧ୍ୟ ପରିବର୍ତ୍ତିତ କରିଥାନ୍ତି। ଫଳରେ ଏହାକୁ ରୋକିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ବିଶେଷ ସଫଳ ହୋଇପାରୁନାହିଁ ।
  • ମନୁଷ୍ୟ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଏହାର ମୁକାବିଲା କରିବାକୁ ଅସମର୍ଥ ହେଉଛି। ଅର୍ଥାତ୍ ଶରୀରରେ ଥିବା ଆଣ୍ଟିବଡ଼ି କରୋନା ଆଣ୍ଟିଜେନ୍ ଆଗରେ ହାର ମାନୁଛି।
  • ସେହିପରି ଜାପାନରେ ଏହାକୁ ରୋକିବା ଲାଗି ବ୍ୟବହାର କରାଯାଇଥିବା ଔଷଧ ଚାଇନା, ଇଟାଲି, ଆମେରିକାରେ ଉପଯୋଗୀ ସାବସ୍ତ୍ୟ ହୋଇ ପାରି ନାହିଁ ।
  • ସ୍ଥାନ ଓ ପାଗ ଅନୁସାରେ ଏହି ଭୂତାଣୁ ନିଜକୁ ବଂଚାଇ ରଖିପାରୁଛି ।
Leave A Reply

Your email address will not be published.