ନୂଆଦିଲ୍ଲୀ: ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ନୋଟିସ୍। କୋଟା ଜିଲ୍ଲାର ଜିଲ୍ଲା ଗ୍ରାହକ ବିବାଦ ସମାଧାନ ଅଦାଲତରେ ବିଜେପି ନେତା ଏବଂ ଓକିଲ ଇନ୍ଦ୍ରମୋହନ ସିଂହ ହନିଙ୍କ ଦ୍ୱାରା ଏକ ଆବେଦନ ଦାଖଲ କରାଯାଇଛି।
ଏଥିରେ ବିମଲ ପାନ ମସଲାର ପ୍ରଯୋଜକ ଏବଂ ଚଳଚ୍ଚିତ୍ର ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କ ବିରୋଧରେ ଯୁବପିଢ଼ିଙ୍କୁ ଭ୍ରମିତ କରିବାର ଅଭିଯୋଗ ଆସିଛି।
ତେବେ କୋର୍ଟ ଏହି ଆବେଦନକୁ ଗ୍ରହଣ କରିବା ସହ ୩ ଜଣ ଅଭିନେତା ଏବଂ ବିମଲ ମସଲାର ପ୍ରଯୋଜକଙ୍କୁ ଏପ୍ରିଲ ୨୧ ସୁଦ୍ଧା ଏହି ମାମଲାରେ ଜବାବ ରଖିବାକୁ କହିଛନ୍ତି।
ଯୁବବର୍ଗ ବଲିଉଡ ତାରକାଙ୍କୁ ନିଜ ଆଦର୍ଶ ବୋଲି ଭାବନ୍ତି। ଏଭଳି ପ୍ରଡକ୍ଟର ପ୍ରଚାର କରି ଯୁବବର୍ଗଙ୍କୁ ଧୋକା ଦେଉଛନ୍ତି।
ଅଭିଯୋଗକାରୀଙ୍କ ଓକିଲ କହିଛନ୍ତି ଯେ ବିମଳ ପାନ ମସଲାରେ କେସର ଥିବା ଦାବି ମିଛ। ଏହି ଉତ୍ପାଦଟି ମାତ୍ର ୫ ଟଙ୍କାରେ ବିକ୍ରି ହେଉଛି। ତେବେ ଏଥିରେ ମହଙ୍ଗା କେସର ଅଛି କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହେଉଛି। ଏହା ସହିତ ଉତ୍ପାଦଗୁଡ଼ିକ ଉପରେ ଚେତାବନୀ ଏତେ ଛୋଟ ଅକ୍ଷରରେ ଥାଏ ଯେ ସେଗୁଡ଼ିକୁ ପଢ଼ିବା କଷ୍ଟକର ହୋଇପଡେ।
ଅଭିଯୋଗକାରୀ ଏହି ଭ୍ରାମକ ବିଜ୍ଞାପନଗୁଡ଼ିକ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବା ଏବଂ କମ୍ପାନୀ ଓ ତାରକାମାନଙ୍କ ଉପରେ ଜରିମାନା ଲଗାଇବାକୁ ଦାବି କରିଛନ୍ତି।
Comments are closed.