Latest Odisha News

BREAKING NEWS

ସ୍ୱାମୀଙ୍କୁ ପାଇବା ପାଇଁ ପ୍ରେମିକାର ରୂପ ନେଲେ ପତ୍ନୀ

ନ୍ୟୁୟର୍କ : ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ପ୍ରେମ ଏବଂ ବିଶ୍ୱାସ ଉପରେ ନିର୍ଭର କରେ । ଯଦି ଏହି ଦୁଇଟି ଦିଗ ମଧ୍ୟରୁ କୌଣସି ଗୋଟିଏ କମେ, ତେବେ ସେହି ସମ୍ପର୍କ ଭାଙ୍ଗିଯାଏ । କିନ୍ତୁ ଆମେରିକାରେ ଜଣେ ମହିଳାଙ୍କ ସଂସାର ଭାଙ୍ଗିବାକୁ ଯାଉଥିବା ଜାଣି ମହିଳା ଜଣଙ୍କ ଅଦ୍ଭୁତ ଉପାୟ ଆପଣାଇଛନ୍ତି,ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ ।

ନ୍ୟୁୟର୍କର ଲଙ୍ଗ ଦ୍ୱୀପରେ ରୁହନ୍ତି ବ୍ରାଇଣ୍ଟ୍ କ୍ୱିଣ୍ଟାନା ଏବଂ ତାଙ୍କ ସ୍ତ୍ରୀ ତେହମିନା କ୍ୱିଣ୍ଟାନା । ଉଭୟ ଉଭୟଙ୍କୁ ବହୁତ ଭଲ ପାଆନ୍ତି । ବିବାହର କିଛି ବର୍ଷ ପରେ ବାଇଣ୍ଟ୍ ଅନ୍ୟ ଜଣେ ଝିଅଙ୍କ ପ୍ରେମରେ ପଡ଼ିଗଲେ । ଯେତେବେଳେ ତେହମିନା ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ବ୍ରାଇଣ୍ଟ ଅନ୍ୟ ଜଣେ ମହିଳାଙ୍କୁ ଭଲ ପାଉଛନ୍ତିି । ତା’ପରେ ସେ ସ୍ଥିର କଲେ ଯେ, ସେ ବ୍ରାଇଣ୍ଟ୍‌ଙ୍କୁ ନିଜ ପାଖରେ ସବୁଦିନ ରଖିବେ । କାରଣ ସେ ବ୍ରାଇଣ୍ଟ୍‌ଙ୍କୁ ଖୁବ୍ ଭଲ ପାଉଥିଲେ । ଶେଷରେ ନିଜ ଚେହେରାକୁ ପରିବର୍ତ୍ତନ କଲେ । ନିଜକୁ ବ୍ରାଇଣ୍ଟ୍‌ଙ୍କ ପ୍ରେମିକା କାଇରାଙ୍କ ପରି ସଜେଇ ଦେଲେ । ଏବେ ଉଭୟଙ୍କୁ ଦେଖିଲେ କେହି ଚିହ୍ନି ପାରୁନାହାନ୍ତି । ଘଟଣା ସମ୍ପର୍କରେ ବ୍ରାଇଣ୍ଟ୍ ଜାଣିବା ପରେ ସେ ତେହମିନାଙ୍କ ଭଲପାଇବା ଆଗରେ ହାର ମାନିଗଲେ । ପରେ ଦୁଇ ଜଣଙ୍କୁ ପତ୍ନୀ କରି ରଖିବା ସହ ଖୁସିରେ ଅଛନ୍ତି । ଏବେ ଗୋଟିଏ ଘରେ ତିନିଜଣ ଏକାଠି ହୋଇ ରହୁଛନ୍ତି । ଏବେ କାଇରା ଓ ତେହମିନା ବାହାରକୁ ଗଲେ ଲୋକେ ତାଙ୍କୁ ଯାଆଁଳା ଭଉଣୀ ବୋଲି କହୁଛନ୍ତି ।

Leave A Reply

Your email address will not be published.