Latest Odisha News

BREAKING NEWS

ପତି ହନ୍ତା, ଶୋଇବା ବେଳେ ହାଣିଦେଲା ପତ୍ନୀ

ଜଗତସିଂହପୁର: ପତ୍ନୀ ସାଜିଲା ପିଶାଚିନୀ । ସ୍ୱାମୀଙ୍କୁ ମାରି ଦେଲା । ନିଜ ହାତରେ ପୋଛିଲା ନିଜ ସିନ୍ଦୁର । ଶୋଇଥିବା ବେଳେ ସ୍ୱାମୀକୁ ହାଣି ଦେଲା ସ୍ତ୍ରୀ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାରେ ।

ବାଲିକୁଦା ଥାନା ଅନ୍ତର୍ଗତ ଅରିଲୋ ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ୱାମୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ସ୍ତ୍ରୀ ।

ମୃତକଙ୍କ ନାଁ ସୁଶାନ୍ତ ସାମଲ । ହତ୍ୟାକାରୀ ସ୍ତ୍ରୀ କବିତା ସାମଲଙ୍କୁ ପୋଲିସ ଅଟକ ରଖିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଗତକାଲି କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କବିତା କୁରାଢ଼ିରେ ହାଣି ସୁଶାନ୍ତଙ୍କୁ ହତ୍ୟା କରିଥିଲେ ।

Leave A Reply

Your email address will not be published.