ଭୁବନେଶ୍ୱର: ନକ୍ସଲ ବିରୋଧୀ ଅଭିଯାନରେ ଝାଡ଼ଖଣ୍ଡ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମହିଳା ମାଓବାଦୀ ଅନିତା କିସ୍କୁ ଆତ୍ମସମର୍ପଣ କରିଛନ୍ତି।
ଝାଡ଼ଖଣ୍ଡ ସରକାରଙ୍କ “ନୟୀ ଦିଶା – ଏକ ନୟୀ ପେହଲ” ଯୋଜନାରେ ପ୍ରଭାବିତ ହୋଇ ମହିଳା ମାଓବାଦୀ ଅନିତା କିସ୍କୁ ଓରଫ ବବିତା ହିଂସା ପଥ ପରିତ୍ୟାଗ କରି ସାଧାରଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସିପିଆଇ (ମାଓବାଦୀ)ର ଜଣେ କ୍ଷେତ୍ର କମିଟି ସଦସ୍ୟ ଏବଂ ବିଭିନ୍ନ ମାମଲାରେ ୱାଣ୍ଟେଡ୍ ମହିଳା ମାଓବାଦୀ ଅନିତା କିସ୍କୁ ଓରଫ ବବିତା, ପୋଲିସ ଅଧିକ୍ଷକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଗିରିଡିହ ପୋଲିସ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି। ଏହି ସମୟରେ ପୋଲିସ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ।

Comments are closed.