Latest Odisha News

BREAKING NEWS

ତିନି କଲରାପତରିଆ ବାଘ ଛାଲ ଜବତ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ରାୟଗଡା ସହରର ସିରିଗୁଡା ସ୍ୱର୍ଗଧାମ ଛକ ନିକଟରୁ ଜବତ ହେଲା ବାଘ ଛାଲ। ରାୟଗଡା-କୋରାପୁଟ ଜାତୀୟ ରାଜପଥ-୩୨୬ରେ ଓଡ଼ିଶା ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଚଢ଼ାଉ କରି ଜଣେ ବନ୍ୟପ୍ରାଣୀ ଅପରାଧୀକୁ ଗିରଫ କରିଛି। ଏଥିସହ ୩ଟି କଲରାପତରିଆ ବାଘ ଚମଡ଼ା ଜବତ କରିଛି। ଅଭିଯୁକ୍ତ ଜଣକ ଜିଲ୍ଲାର ହୁଣ୍ଡିବାର ଥାନା ଅନ୍ତର୍ଗତ ନାକଟିଗୁଡ଼ାର ଡମ୍ବରୁଧର ମାଝୀ ବୋଲି ଜଣାପଡ଼ିଛି।

ବୁଧବାର ସକାଳୁ ଧରାପଡ଼ିବା ବେଳେ ମାଝୀ ନିଜକୁ ଦୋଷମୁକ୍ତ ବୋଲି ପୋଲିସ ଆଗରେ ପ୍ରମାଣ ଦେବାରେ ବିଫଳ ହୋଇଛି। ପରେ ପୋଲିସ ତାକୁ ଗିରଫ କରି ରାୟଗଡା ଏସଡିଜିଏମ କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଜବତ ହୋଇଥିବା ବାଘଛାଲ ଡେରାଡୁନ ପଠାଯାଇଛି। ୧୯୭୨ ବନ୍ୟପ୍ରାଣୀ (ସୁରକ୍ଷା) ଆଇନର ଧାରା ୫୧ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଏହି ମାମଲାରେ ଡମ୍ବୁଧର ସହ ଆଉ କିଏ କିଏ ଅଛନ୍ତି ଜାଣିବାକୁ ପୋଲିସ ତଦନ୍ତ ଚଳାଇଛି।

ଉଲ୍ଲେଖଯୋଗ୍ଯ, ଓଡ଼ିଶାରେ କିଛି ଦିନ ହେବ ଜଙ୍ଗଲରେ ଶିକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ବିଭିନ୍ନ ସମୟରେ ବାଘ ଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା ଆଦି ଅନ୍ୟାନ୍ୟ  ଜବତ ହେଉଥିବାର ନଜିର ରହିଛି। ଏମିତିକି ନିକଟରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଜଣେ ଶିକାରି ଗୁଳିରେ ପ୍ରାଣ ହରାଇଛନ୍ତି ଫରେଷ୍ଟ ଗାର୍ଡ।

Leave A Reply

Your email address will not be published.