Latest Odisha News

BREAKING NEWS

ଆଇପିଏଲରେ ସାମିଲ ହେବ ବିହାର ଟିମ !

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ବିହାର କ୍ରିକେଟର ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ବୈଭବ ସୂର୍ଯ୍ୟବଂଶୀ ଓ ଈଶାନ କିଶାନ ଏହାର ଜ୍ୱଳନ୍ତ ଉଦାହରଣ । ବେଦାନ୍ତ ଗ୍ରୁପର ଅନୀଲ ଅଗ୍ରୱାଲ ଏକ ବଡ ବୟାନ ଦେଇଛନ୍ତି । ଯାହାକୁ ନେଇ ବିହାର ପ୍ରଶଂସକମାନେ ଉତ୍ସାହିତ ହୋଇ ପଡିଛନ୍ତି । ସେ କହିଛନ୍ତି ଆଇପିଏଲରେ ବିହାରର ଏକ ଟିମ ରହିବା କଥା । ବୈଭବ, ଈଶାନ ଓ ସାକିବ ହୁସେନଙ୍କ ଭଳି ବିହାରୀ ଖେଳାଳିଙ୍କୁ ନେଇ ଟିମ କରାଯାଉ । ବିହାରର ମାଟିରେ ଅନେକ ପ୍ରତିଭାବାନ ଖେଳାଳି ସମ୍ମୁଖକୁ ଆସିଛନ୍ତି । ବିହାର କ୍ରିକେଟକୁ ଯେଉଁ ମାନ୍ୟତା ମିଳିବା କଥା ତାହା ମିଳୁନି । ବିହାର କ୍ରିକେଟର ଉନ୍ନତି ପାଇଁ ମୁଁ ସବୁ କିଛି କରିବାକୁ ପ୍ରସ୍ତୁତ ଅଛି ।

ବିହାର ମୋ ପାଇଁ ଏକ ରାଜ୍ୟ ନୁହେଁ, ଏକ ଭାବନା । ସବୁ କ୍ଷେତ୍ରରେ ଆମ ପ୍ରତିଭା ଥିଲେ ମଧ୍ୟ ଅନ୍ୟ ରାଜ୍ୟ ପରି ସେମାନଙ୍କୁ ଉପଯୁକ୍ତ ଗୁରୁତ୍ୱ ଓ ସମ୍ମାନ ମିଳୁନି । ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ପରି ବିହାର ନାମରେ ଏକ ଆଇପିଏଲ ଟିମ କରିବା ପାଇଁ ସେ କହିଛନ୍ତି । ଯଦି ବିସିସିଆଇ ଆଇପିଏଲରେ ଟିମ ବୃଦ୍ଧି କରିବ ତେବେ ନିଶ୍ଚିତ ଭାବେ ବିହାର ପାଇଁ ଅନୀଲ ଲବି କରିବେ ତାହା ସ୍ପଷ୍ଟ ହୋଇଯାଇଛି ।

Leave A Reply

Your email address will not be published.