କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ୱିକେଟକିପର ବ୍ୟାଟ୍ସମ୍ୟାନ ଅଙ୍ଗକ୍ରିଶ ରଘୁବଂଶୀ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ୧୨ଟି ଇନିଂସରେ ୪୨୨ ରନ ସଂଗ୍ରହ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ସେ ଆଘାତପ୍ରାପ୍ତ ହୋଇଥିଲେ । ତାଙ୍କ ଆଙ୍ଗୁଳି ଭାଙ୍ଗି ଯାଇଥିବାରୁ ଆଇପିଏଲରୁ ଓହରି ଯାଇଛନ୍ତି । ପ୍ଲେ ଅଫ ପ୍ରବେଶ ପାଇଁ ଏବେ କେକେଆର ସଂଘର୍ଷ କରୁଛି । ଯଦି ଦଳ ପ୍ଲେ ଅଫରେ ପ୍ରବେଶ କରିବ ତେବେ ରଘୁବଂଶୀ ଖେଳିପାରିବେ ନାହିଁ । ଦିଲ୍ଲୀ ବ୍ୟାଟ୍ସମ୍ୟାନ ତେଜସ୍ୱୀ ଦାହିୟାଙ୍କୁ ତାଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି ।
କେକେଆର ୧୩ ମ୍ୟାଚରୁ ୧୩ ପଂଏଟ ହାସଲ କରିଛି । ପ୍ଲେ ଅଫ ପ୍ରବେଶ ପାଇଁ ଅନ୍ତିିମ ଲିଗରେ ବିଜୟ ହାସଲ କରିବା ସହ ଅନ୍ୟ ମ୍ୟାଚର ଫଳାଫଳ ଉପରେ ଦଳ ନିର୍ଭର କରିବ । ଆରସିବି, ଗୁଜରାଟ ଓ ହାଇଦ୍ରାବାଦ ପ୍ଲେ ଅଫରେ ପ୍ରବେଶ କରି ସାରିଛନ୍ତି । ଆଉ ଗୋଟିଏ ସ୍ଥାନ ପାଇଁ ରାଜସ୍ଥାନ, ପଞ୍ଜାବ ଓ କେକେଆର ମଧ୍ୟରେ ମୁକାବିଲା ଚାଲିଛି । ମୁମ୍ବାଇ, ଲକ୍ଷ୍ନୌ ଓ ଚେନ୍ନାଇ ଏହି ଦୌଡରୁ ପୂର୍ବରୁ ବାଦ ପଡି ସାରିଛନ୍ତି ।