Latest Odisha News

ବ୍ୟାନ୍ ହେବ କି ରାସାୟନିକ ସାର? କାହିଁକି ଏମିତି କହିଲେ ମନ୍ତ୍ରୀ……

ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ଜିଲ୍ଲାରେ ହେବ ଜୈବିକ ଚାଷ। ରାସାୟନିକ ସାର ପ୍ରୟୋଗ ଦ୍ଵାରା କ୍ୟାନ୍ସର ରୋଗ ବଢୁଛି। ମାଟିର ଉର୍ବର ଶକ୍ତି ବି କମୁଛି । ଯାହାକୁ ନେଇ ଆଜି ଗୃହରେ ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଅନୁରୋଧ କରିଥିଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ଏନେଇ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଏବେ ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଢେଙ୍କାନାଳ, ବଲାଙ୍ଗୀର, କଳାହାଣ୍ଡି ଓ ମୟୂରଭଞ୍ଜ ପରି ୧୦ଟି ଆଦିବାସୀ ଜିଲ୍ଲାରେ ଜୈବିକ ଚାଷ ହେଉଛି। ୨୦୧୮ରେ ଯେଉଁ ଜୈବିକ କୃଷି ନୀତି ପ୍ରଣୟନ ହୋଇଥିଲା ତାହା ଏବେ ଏହି ୧୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି। ଏଥିସହିତ ଚଳିତ ବର୍ଷ ଠାରୁ ପ୍ରତି ଜିଲ୍ଲାରେ ଜୈବିକ ଚାଷ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.