Latest Odisha News

BREAKING NEWS

ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବେ ତ ହାର୍ଦ୍ଦିକ

ମୁମ୍ବାଇ: ଚଳିତ ଆଇପିଏଲର ପ୍ରଦର୍ଶନକୁ ଭିତି କରି ଟିମ ଇଣ୍ଡିଆ ଟି୨୦ ବିଶ୍ୱକପ ପାଇଁ ଦଳ ଚୟନ କରିବ । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଦଳର ନେତୃତ୍ୱ ନେଉଛନ୍ତି । ତେବେ ତାଙ୍କ ପ୍ରଦର୍ଶନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ଫିଟ ନ ଥିବା ଏବଂ ଭଲ ପ୍ରଦର୍ଶନ କରି ନ ଥିବାରୁ ବିଶ୍ୱକପ ଦଳରେ ସୁଯୋଗ ପାଇବା କଷ୍ଟକର ହୋଇପଡିବ । ସେ ଅଲରାଉଣ୍ଡର ଭାବେ ଦଳରେ ସ୍ଥାନ ପାଇବା ପାଇଁ ଉଦ୍ୟମ କରିବେ । ଅଥଚ ସେ ନିୟମିତ ବୋଲିଂ ମଧ୍ୟ କରୁ ନାହାନ୍ତି । କେବଳ ବ୍ୟାଟ୍ସମ୍ୟାନ ଭାବେ ଦଳରେ ସାମିଲ ହେବାକୁ ହେଲେ ଟପ ଅର୍ଡରରେ ବ୍ୟାଟିଂ କରିବାକୁ ଆସି ଭଲ ପ୍ରଦର୍ଶନ କରିବାକୁ ପଡିବ । ଅନ୍ୟ ଅର୍ଥରେ ଟପ ଅର୍ଡରରେ ସ୍ଥାନ ଖାଲି ନାହିଁ କହିଲେ ଭୁଲ ହେବନି ।

ଦିନିକିଆ ବିଶ୍ୱକପ ପରେ ସେ ଆଘାତ ସମସ୍ୟାରେ ପଡିଥିଲେ । ଏବେ ୫ଟି ମ୍ୟାଚରେ ଗୋଟିଏ ୱିକେଟ ଓ ୧୧, ୨୪, ୩୪, ୩୯, ୨୧ ରନ କରିଛନ୍ତି । ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଏଥର ଟି୨୦ ବିଶ୍ୱକପ ଆୟୋଜିତ ହେବ । ଭାରତ ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଲୋକପ୍ରିୟ କମେଂଟେଟର ହର୍ଷ ଭୋଗଲେ ମଧ୍ୟ ହାର୍ଦ୍ଦିକଙ୍କ ଖେଳିବା ନେଇ ପରୋକ୍ଷରେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.