Latest Odisha News

BREAKING NEWS

ସରବଜିତଙ୍କୁ ହତ୍ୟାକାରୀଙ୍କୁ ପାକିସ୍ତାନରେ ହତ୍ୟା

ଲାହୋର: ପାକିସ୍ତାନ ଜେଲରେ ବନ୍ଦୀଥିବା ଭାରତର ସରବଜିତ ସିଂଙ୍କ ହତ୍ୟାକାରୀ ଅମୀର ସର୍ଫରାଜଙ୍କୁ ରବିବାର ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି । ଆଇଏସଆଇର ଇଶାରରେ ପାକିସ୍ତାନରେ ସରବଜିତଙ୍କୁ ପଲିଥିନରେ ଶ୍ୱାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିଲା । ସର୍ଫରାଜ ପାକିସ୍ତାନରେ ଅଣ୍ଡରୱାର୍ଲ୍ଡ ଡନ ଭାବେ ବେଶ କୁଖ୍ୟାତ । ୧୯୯୦ରେ ଭୁଲ ବଶତଃ ପାକିସ୍ତାନ ସୀମାରେ ସରବଜିତ ପ୍ରବେଶ କରିଥିଲେ । ତାଙ୍କୁ ପାକିସ୍ତାନ ଆର୍ମି ଗିରଫ କରିଥିଲା । ଲାହୋର ଓ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ତାଙ୍କୁ ଅଭିଯୁକ୍ତ ଦର୍ଶାଯାଇ ଜେଲ ପଠାଇ ଦିଆ ଯାଇଥିଲା । ଏହି ବୋମା ବିସ୍ଫୋରଣରେ ୧୪ଜଣଙ୍କ ମୃତ୍ୟୁ ଘଟିଥିଲା ।

୧୯୯୧ରେ ସରବଜିତଙ୍କୁ ଫାଶୀଦଣ୍ଡ ଦିଆଯାଇଥିଲା । ତେବେ ଲଖପତ ଜେଲରେ ତାଙ୍କ ଉପରେ କେତେକ କୈଦୀ ଆକ୍ରମଣ କରିଥିଲେ । ପରେ ତାଙ୍କୁ ବେନଡେଡ ଘୋଷିତ କରାଯାଇଥିଲା । ସୂଚନାଯୋଗ୍ୟ, ପାକିସ୍ତାନରେ ଭାରତ ବିରୋଧୀ କୂଖ୍ୟାତ ଆତଙ୍କବାଦୀଙ୍କ ଜଣଙ୍କ ପରେ ଜଣେ ହତ୍ୟା ହେବ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ପାକିସ୍ତାନ ଏଥିନେଇ ପରୋକ୍ଷରେ ଭାରତକୁ ଦାୟୀ କରିଥିଲା । ଭାରତ ସରକାର ଏହାକୁ ସିଧାସଳଖ ଖଣ୍ଡନ କରିଛି ।

Leave A Reply

Your email address will not be published.