Latest Odisha News

BREAKING NEWS

ବବିଙ୍କ ବିନା ଯାଜପୁର ଲଢେଇ

ଭୁବନେଶ୍ବର : ବିଜେଡିର ଗଡ ଯାଜପୁରରେ ଏଥର ବବିଙ୍କ ବିନା ଚବିଶ ଲଢେଇ ଲଢିବ ଦଳ । ନିଜ କିଲ୍ଲା ଛାଡି ସମ୍ବଲପୁର ଲୋକସଭା ଲଢୁଛନ୍ତି ବିଜେଡିର ହେଭିଓ୍ବେଟ୍ ପ୍ରଣବ ପ୍ରକାଶ ଦାସ । ଆଉ ବବିଙ୍କ ଅନୁପସ୍ଥିତିରେ ମିଶନ ଶକ୍ତି ମାଆଙ୍କୁ ସେନାପତି କରିଛି ବିଜେଡି। ବିଜେପିରୁ ଗୌତମ ରାୟ ରିପିଟ୍ ହୋଇଛନ୍ତି ତ ସୁଦୀପ କରଙ୍କୁ ଟିକେଟ୍ ଦେଇଛି କଂଗ୍ରେସ  । ବିଜେଡି ଏଥର ବବିଙ୍କ ହାଇପ୍ରୋଫାଇଲ୍ ସିଟରେ ସୁଜାତା ସାହୁଙ୍କୁ ପ୍ରାର୍ଥୀ କରି ଚମକାଇ ଦେଇଛି । ମିଶନ ଶକ୍ତି ଦଶରଥପୁର ବ୍ଲକ ଅଧ୍ୟକ୍ଷା ରହିଥିବା ସୁଜାତାଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି । ନବୀନ ସରକାରଙ୍କ ଅନ୍ୟତମ ଲୋକପ୍ରିୟ ଯୋଜନା ମିଶନ ଶକ୍ତିକୁ ପୁଣି ନିର୍ବାଚନୀ ପ୍ରସଙ୍ଗ କରିଛି ବିଜେଡି । ଗତଥର ଆସିକା ଲୋକସଭାରେ ପ୍ରମିଳା ବିଷୋୟୀଙ୍କ ପରେ ଏଥର ଯାଜପୁରରେ ମିଶନ ଶକ୍ତି ମାଆ ସୁଜାତା ସାହୁଙ୍କୁ ପ୍ରାର୍ଥୀ କରିଛି ଦଳ । ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ବିଶେଷ କରି ମିଶନ ଶକ୍ତିର ସଫଳତା ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ସୁଜାତା।

ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଜିଲ୍ଲା ବିଜେପି ସଭାପତି ଗୌତମ ରାୟ । ଗୌତମ ରାୟ ଗତଥର ମଧ୍ୟ ପ୍ରାର୍ଥୀ ହୋଇ ପ୍ରଣବ ପ୍ରକାଶ ଦାସଙ୍କଠାରୁ ହାରିଥିଲେ । ତେବେ ଗୌତମ ରାୟ ଜଣେ ପୁରୁଖା ଓ ଅନୁଭବୀ ନେତା। ସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସୁଦୀପ କୁମାର କର।

ଗତ ତିନିଟି ନିର୍ବାଚନରେ ଯାଜପୁରରୁ ଜିତି ଆସୁଛନ୍ତି ପ୍ରଣବ ପ୍ରକାଶ ଦାସ । ବିଜେଡି ଗଠନ ପରଠୁ ଯାଜପୁର ବିଜେଡିର ଗଡ ରହିଛି । ତେବେ ଗତଥର ବିଜେଡିର ପ୍ରାୟ ୯ପ୍ରତିଶତ ଭୋଟ୍ କମିଥିଲା । ଭୋଟ୍ ପ୍ରତିଶତ ହ୍ରାସ ଓ ଏଥର ନିର୍ବାଚନରେ ପ୍ରାର୍ଥୀ ପରିବର୍ତ୍ତନ ବିଜେଡିକୁ ବୁମେରାଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ନିରଙ୍କୁଶ ସଫଳତା ମିଳିଥିଲା । ତେଣୁ ଏଥର ଗଡ ରକ୍ଷା ପାଇଁ ଜୋରଦାର ଉଦ୍ୟମ କରୁଛି ବିଜେଡି । ସେପଟେ ଗତଥର ତୃତୀୟରୁ ଦ୍ବିତୀୟ ସ୍ଥାନକୁ ଆସିଥିବା ବିଜେପି ବିଜେଡି ଗଡ କବଜା କରିବା ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.