Latest Odisha News

ସ୍ମାର୍ଟଫୋନର ବ୍ୟବହାର ୨୦୩୦ ସୁଦ୍ଧା ଶେଷ ହୋଇଯିବ

ସ୍ମାର୍ଟଫୋନ ଆପଣମାନଙ୍କୁ ଛାଡିବା ପାଇଁ କହିଲେ ଛାଡି ପାରିବେ ? ବୋଧହୁଏ ସମସ୍ତେ ନାହିଁ କହିବେ । ତେବେ ଏଥିପାଇଁ ଆପଣମାନଙ୍କୁ ପ୍ରସ୍ତୁତ ରହିବାକୁ ପଡିବ । ରିପୋର୍ଟ ମୁତାବକ ୨୦୩୦ ସୁଦ୍ଧା ସ୍ମାର୍ଟଫୋନ ବ୍ୟବହାର ପ୍ରାୟତଃ ଶେଷ ହୋଇଯିବ । ନୋକିଆର ସିଇଓ ପେକା ଲୁଣ୍ଡମାର୍କ ଏହି ଭବିଷ୍ୟବାଣୀ କରିଛନ୍ତି । ତାଙ୍କ ମତରେ ଆମ ଶରୀରରେ ଏପରି କେତେକ ଡିଭାଇସ ଲଗାଇ ଦିଆଯିବ ଯାହାକି ଏହି ଅଭାବକୁ ପୂରଣ କରିବ । ସିକ୍ସ ଜି କମର୍ଶିଆଲ ବ୍ୟବହାର ୨୦୩୦ରୁ ଆରମ୍ଭ ହୋଇଯିବ । ତେବେ ଶରୀରର କେଉଁ ଅଙ୍ଗରେ କିଭଳି ପ୍ରଡକ୍ଟ ଲଗାଯିବ ସେ ସମ୍ପର୍କରେ ଅବଶ୍ୟ ସେ ଖୁଲାସା କରି ନ ଥିଲେ । ଏବେକାର ନେଟୱର୍କ ତୁଳନାରେ ଏହାର ସ୍ପିଡ ବହୁତ ଜୋର ହେବ । ୨୦୫୦ ସୁଦ୍ଧା ସ୍ମାର୍ଟଫୋନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ।

ମନୁଷ୍ୟର ମସ୍ତିଷ୍କ ସହ ଇଂଟରନେଟକୁ କନେକ୍ସନ କରିବା ପାଇଁ ଗବେଷଣା ଆରମ୍ଭ ହୋଇଯାଇଛି । ଏହା ଦ୍ୱାରା ଆପଣ ଯାହାକୁ କଲ କରିବାକୁ ଚାହୁଁଛନ୍ତି ତାଙ୍କ ଭାବିଲେ ଏହା ଆପେ ଆପେ ହୋଇଯିବ । ସମ୍ପୃକ୍ତ ବ୍ୟକ୍ତି ଯଦି ଏହାକୁ ଗ୍ରହଣ କରେ ତାହାହେଲେ ସାଧାରଣ ଭାବେ ଆମେ ଯେମିତି କଥା ହେଉଛେ ସେଭଳି ହୋଇପାରିବେ । ସମସ୍ତ ଇଲେକ୍ଟ୍ରିକ ଓ ଇଲେକ୍ଟ୍ରୋନିକ ସାମଗ୍ରୀକୁ ଏ ଭଳି ପ୍ରସ୍ତୁତ କରାଯାଇଥିବ ଯେ ଆପଣ ଯାହା ଭାବିବେ ସେୟା ହେବ । ଯେପରି ଟିଭି ଅନ ହେଉ କିମ୍ବା ଲାଇଟ ବନ୍ଦ କରିବାକୁ ଚାହୁଁଛନ୍ତି ସବୁ କିଛି ଅଟୋମେଟିକ ହେବ । ନୋକିଆ ସିଇଓଓଙ୍କ ଏହି ଭବିଷ୍ୟବାଣୀ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ବ୍ରେନ ସହିତ ଇଂଟରନେଟର ସଂଯୋଗୀକରଣ ଆମକୁ ଫାଇଦାରେ ରଖିବ ନାଁ ଆଉ କିଛି ବିପଦକୁ ଡାକି ଆଣିବ ।

Comments are closed.