Latest Odisha News

BREAKING NEWS

ମୁଁ ବିବାହ କରିବାକୁ ଚାହେଁ, ମୋତେ ସରକାରୀ ଚାକିରି କରିଥିବା ଝିଅ ଦରକାର….

ଛିନ୍ଦଓ୍ୱାଡ଼ା: ପ୍ରତ୍ୟେକ ଯୁବକ ଯୁବତୀ ନିଜ ବିବାହକୁ ନେଇ ଇଚ୍ଛୁକ ଥାଆନ୍ତି  । ଆଉ ସେଥିପାଇଁ ଖବରକାଗଜ କିମ୍ବା ମ୍ୟାଟ୍ରୋମନିୟାଲରେ ନିଜ ପସନ୍ଦର ଜୀବନସାଥି ପାଇଁ ବିଜ୍ଞାପନ ଦେଇଥାଆନ୍ତି  । ଆଉ ସେଥିରେ ନିଜର ସୂଚନା ସହ ନିଜ ଭାବୀ ଜୀବନସାଥିଙ୍କ ପାଖରେ କେଉଁ ଯୋଗ୍ୟତା ଚାହାଁନ୍ତି ସବିଶେଷ  ଲେଖିଥାଆନ୍ତି  । କିନ୍ତୁ ଛିନ୍ଦଓ୍ୱାଡ଼ାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି  । ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଯୁବକ ଜଣକର ଏଭଳି କାର୍ଯ୍ୟ ଦେଖି ଲୋକେ ନ ହସି ରହିପାରୁନାହାଁନ୍ତି  ।

ଯୁବକ ଜଣକ ବିବାହ ପାଇଁ ଯୁବତୀଙ୍କ ସନ୍ଧାନରେ ଅଛନ୍ତି । ଏଥିପାଇଁ ସେ ରାସ୍ତାରେ ପୋଷ୍ଟର ଧରି ଠିଆ ହୋଇଛନ୍ତି  । ଆଉ ସେହି ପୋଷ୍ଟରରେ ସେ ତାଙ୍କ ଭାବୀ ଜୀବନସାଥିଙ୍କ ଠାରେ ଗୋଟିଏ ଯୋଗ୍ୟତା  ଚାହୁଁଥିବାର ଉଲ୍ଲେଖ କରିଛନ୍ତି  । ତାଙ୍କର ସେହି ସର୍ତ୍ତଟି ହେଉଛି ଯୁବତୀ ଜଣକ ସରକାରୀ ଚାକିରୀ କରିଥିବା ଦରକାର  ।  ଏହା ବ୍ୟତୀତ ତାଙ୍କର ସେମିତି କୌଣସି ସର୍ତ୍ତ ନାହିଁ  ।  ତେବେ ସେହି ପୋଷ୍ଟରରେ ଅହୁରୀ ମଧ୍ୟ ଗୋଟିଏ ରୋଜକ ତଥ୍ୟ ଲେଖାଥିଲା ସେ ଯୌତୁକ ଆଣିବା ବଦଳରେ ସେ ଯୁବତୀଙ୍କୁ ଯୌତୁକ ଦେଇ ବିବାହ  କରିବେ ।

ତେବେ ଏହି ଘଟଣାଟି ବଜାର ଫଓ୍ୱାରା ଛକ ନିକଟସ୍ଥ ରାସ୍ତାରେ ଦେଖିବାକୁ ମିଳିଥିଲା । ବିବାହକୁ ନେଇ ଯୁବକଙ୍କର ଏଭଳି କାଣ୍ଡ ସ୍ଥାନୀୟ ଲୋକଙ୍କୁ ଆଚମ୍ବିତ କରିଥିଲା  । ବର୍ତ୍ତମାନ ଯାହାର ଭିଡିଓ ସୋଶିଆଲ ମିଡିଆାରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି  ।

 

Leave A Reply

Your email address will not be published.