Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ତାଇୱାନ ଭୋଗିବ କି ୟୁକ୍ରେନ୍ ଦଶା ? ଆମେରିକାର ଏଭଳି ଅଭ୍ୟାସ ପାଇଁ ହୋଇଥିଲା ଯୁଦ୍ଧ

ନୂଆଦିଲ୍ଲୀ: ୟୁକ୍ରେନ୍-ଋଷ ଯୁଦ୍ଧ ଥମିନି । ଏପଟେ ଆଉ ଗୋଟେ ଯୁଦ୍ଧ ଭଳି ସ୍ଥିତି ଉପୁଜିଲାଣି । ନାଟୋରେ ସାମିଲ୍ ନେଇ ଆମେରିକା କଥାରେ ଡେଇଁବା ୟୁକ୍ରେନକୁ ବେଶ୍ ଭାରି ପଡ଼ିଛି । ଆଉ ଏବେ ତାଇୱାନ ଉପରେ ଚୀନ ଆଧିପତ୍ୟ ବିସ୍ତାର ପାଇଁ ଉଦ୍ୟମ କରିଥିବା ବେଳେ ଆଗକୁ ଆସିଛି ଆମେରିକା । ତାଇୱାନ ସୀମା ନିକଟରେ ଯୁଦ୍ଧାଭ୍ୟାସ ନେଇ ଚୀନ ଘୋଷଣା କରିଛି ।

ଏତିକି ବେଳେ ଆମେରିକା ସିନେଟର ସ୍ପିକର ନ୍ୟାନ୍ସିଂ ପେଲୋସିଙ୍କ ତାଇୱାନ ଗସ୍ତ ଚୀନ ଦେହରେ ଫୋଡ଼ିଛି ବିଷ କଣ୍ଟା । ତାଇୱାନ କାନ୍ଧରେ ବନ୍ଧୁକ ରଖି ଚୀନ ଉପରେ ଆକ୍ରମଣ କରିବ କି ଆମେରିକା ? ନା ଆମେରିକାର ଆଗଭର ପାଇଁ ୟୁକ୍ରେନ୍ ଦଶା ଭୋଗିବ ତାଇୱାନ୍ ?

ତାଇୱାନ ସୀମାରେ ଚୀନର ଯୁଦ୍ଧାଭ୍ୟାସକୁ ତାଇୱାନ୍ ବିରୋଧ କରିଛି । ରାଷ୍ଟ୍ରପତି ସାଇ ଇଙ୍ଗ ଯୁଦ୍ଧାଭ୍ୟାସକୁ ସମାଲୋଚନା କରିବା ସହ ଦେଶକୁ ରକ୍ଷା କରିବାକୁ ଆମେ ପ୍ରତିବଦ୍ଧ । ସେହିଭଳି ତାଇୱାନ ବିଦେଶ ମନ୍ତ୍ରଣାଳୟ ମଧ୍ୟ କ୍ଷେତ୍ରୀୟ ସୁରକ୍ଷାରେ କୌଣସି ସାଲିସ୍ କରାଯିବ ନାହିଁ ବୋଲି କହିଛି । ବିଶେଷଜ୍ଞଙ୍କ ଅନୁସାରେ, ଆମେରିକା ସ୍ପିକରଙ୍କ ଗସ୍ତ ତାଇୱାନ ଓ ଚୀନ ସମ୍ପର୍କକୁ ଆହୁରି ତିକ୍ତ କରି ଦେଇଛି ।

ଚୀନ, ତାଇୱାନକୁ ନିଜ ଅଞ୍ଚଳ ବୋଲି ଦାବି କରୁଛି । ଯେତେବେଳେ କି ନିଜକୁ ସ୍ୱତନ୍ତ୍ର ଦେଶ ବୋଲି କହି ଆସୁଛି ତାଇୱାନ । ଅନ୍ୟପଟେ ତାଇୱାନ ସହିତ ଆମେରିକାର କୌଣସି କୂଟନୈତିକ ସମ୍ପର୍କ ନାହିଁ । କିନ୍ତୁ ଆମେରିକା ରିଲେଶଂସ ଅଧିନିୟମ ଅନୁସାରେ ତାଇୱାନକୁ ଯୁଦ୍ଧାସ୍ତ୍ର ଯୋଗାଉଛି । ଏବେ ନ୍ୟାନ୍ସିଂଙ୍କ ତାଇୱାନ ଗସ୍ତକୁ ନେଇ ବିବ୍ରତ ଚୀନ କହିଛି ଏହା ନିଆଁ ସହ ଖେଳିବା ଭଳି । ଗତବର୍ଷ ଅକ୍ଟୋବରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଥିଲେ, ଯଦି ଚୀନ ତାଇୱାନ ଉପରେ ଆକ୍ରମଣ କରେ ତ ଆମେରିକା ତାଇୱାନର ରକ୍ଷା କରିବ ।

ଚୀନ ଓ ତାଇୱାନ ମଧ୍ୟରେ ଦୀର୍ଘ ବର୍ଷରୁ ଲାଗି ରହିଥିବା ବିବାଦ ଏବେ ଚରମରେ ପହଞ୍ଚିଛି । ଜଳୁଥିବା ନିଆଁରେ ଘିଅ ଢ଼ାଳିବା ଭଳି ଆମେରିକା କାର୍ଯ୍ୟ କରୁଥିବା ବେଳେ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଇୱାନକୁ ଆମେରିକା ଯଦିଓ ସମର୍ଥନ କରୁଥିବା କହୁଛି ତଥାପି ୟୁକ୍ରେନରେ ଆମେରିକାର ଆଭିମୁଖ୍ୟ ପେଣ୍ଟାଗନର ପ୍ରକୃତି ଉପରେ ପ୍ରଶ୍ନ ଛିଡ଼ା କରିଛି । କାରଣ ଋଷ-ୟୁକ୍ରେନ୍ ମାମଲାରଏ ଏମିତି ମଧ୍ୟସ୍ଥି ସାଜିଥିଲା ଆମେରିକା । ଆଉ ଆମେରିକା କଥାରେ ଆଗଭର ହୋଇଥିବା ୟୁକ୍ରେନ୍ ଏବେ ଧ୍ୱଂସସ୍ତୁପ ପାଲଟିଛି ।

Leave A Reply

Your email address will not be published.