Latest Odisha News

BREAKING NEWS

୪୧ ବର୍ଷ ପରେ ଅଷ୍ଟ୍ରେଲୀୟ ଖେଳାଳି ଭାବେ ବାର୍ଟି ଜିତିଲେ ମହିଳା ସିଙ୍ଗଲ୍ସ ୱିମ୍ବେଲଡନ ଟାଇଟଲ

ଲଣ୍ଡନ: ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ବିଭାଗରେ ରବିବାର ଇତିହାସ ରଚିଛନ୍ତି ଅଷ୍ଟ୍ରେଲିଆର ଆସଲେ ବାର୍ଟି । ଫାଇନାଲରେ ଚେକ ରିପବ୍ଲିକର କାରୋଲିନା ପ୍ଲିସକୋଭାଙ୍କୁ ୬-୩, ୭-୬, ୬-୩ ସେଟରେ ପରାସ୍ତ କରିଥିଲେ । ଏହା ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟଇଟଲ । ଏଥିସହ ୪୧ ବର୍ଷ ପରେ ମହିଳା ସିଙ୍ଗଲ୍ସରେ ଅଷ୍ଟ୍ରେଲୀୟ ଖେଳାଳି ଭାବେ ୱିମ୍ବେଲଡନ ଟାଇଟଲ ଜିତିଛନ୍ତି ।

ଇଭୋନୋ ଗୋଲାଗୋଙ୍ଗ ୧୯୮୦ରେ ଶେଷ ଥର ପାଇଁ ଅଷ୍ଟ୍ରେଲୀୟ ଖେଳାଳି ଭାବେ ୱିମ୍ବେଲଡନ ଟାଇଟଲ ଜିତିଥିଲେ । ଅପରପକ୍ଷରେ ୨୦୧୬ ୟୁଏସ ଓପନ ପରେ ପୁନର୍ବାର ଗ୍ରାଣ୍ଡ ସ୍ଲାମ ଟୁର୍ଣ୍ଣାମେଂଟର ଫାଇନାଲରେ ପରାଜୟବରଣ କରିଛନ୍ତି ପ୍ଲିସକୋଭା ।

Leave A Reply

Your email address will not be published.