Latest Odisha News

BREAKING NEWS

ଏହି ଦିନଠୁ ଭକ୍ତଙ୍କ ପାଇଁ ଖୋଲିବ ସାବରିମାଲା ମନ୍ଦିର

ନୂଆଦିଲ୍ଲୀ: ସାବରିମାଲା ମନ୍ଦିର ଜୁଲାଇ ୧୭ ରୁ ୨୧ ପର୍ଯ୍ୟନ୍ତ ମାସିକ ପୂଜା ଲାଗି ଭକ୍ତଙ୍କ ପାଇଁ ଖୋଲିବ ମନ୍ଦିର। ଏ ନେଇ ମନ୍ଦିର କର୍ତ୍ତୃପକ୍ଷ ଶନିବାର ସୂଚନା ଦେଇଛନ୍ତି। କରୋନାଭାଇରସ୍ ମହାମାରୀ ମଧ୍ୟରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଉଥିବାରୁ ଲୋକମାନେ ଭୂତାଣୁ ବିସ୍ତାରକୁ ରୋକିବା ପାଇଁ କୋଭିଡ୍ ସୁରକ୍ଷା ପ୍ରୋଟୋକଲ୍‌କୁ କଡାକଡି ଭାବରେ ପାଳନ କରାଯିବା ଆବଶ୍ୟକ ବୋଲି କହିଛନ୍ତି କର୍ତ୍ତୃପକ୍ଷ।

ଯେଉଁ ଭକ୍ତମାନେ ସଂପୂର୍ଣ୍ଣ ଟିକାକରଣ କରିଛନ୍ତି ସେମାନଙ୍କୁ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି। ଭକ୍ତମାନଙ୍କର ସମ୍ପୂର୍ଣ୍ଣ କୋଭିଡ୍ ଟିକାକରଣ ପ୍ରମାଣପତ୍ର ରହିବା ଉଚିତ।

୪୮ ଘଣ୍ଟା ମଧ୍ୟରେ ଦିଆଯାଇଥିବା ନେଗେଟିଭ ଆର୍‌ଟିପିସିଆର୍‌ ରିପୋର୍ଟ ଥିବା ଲୋକଙ୍କୁ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ।

ଅନଲାଇନ୍ ବୁକିଂ ସିଷ୍ଟମ ମାଧ୍ୟମରେ ସର୍ବାଧିକ ୫୦୦୦ ଭକ୍ତଙ୍କୁ ଅନୁମତି ଦିଆଯିବ।

Leave A Reply

Your email address will not be published.