Latest Odisha News

ଘନକେଶ ପାଇଁ ଆପଣାନ୍ତୁ ଘରୋଇ ଟିପ୍ସ…

କେଶ ଝଡ଼ିବା ଅନେକଙ୍କ ପାଇଁ ଚିନ୍ତାର କାରଣ  । ଏପରିକି ବଦଳୁଥିବା ଜୀବନଶୈଳୀ ମଧ୍ୟରେ ପାଠପଢ଼ା ନସରୁଣୁ କେଶ ଝଡ଼ିବା ଆରମ୍ଭ ହୋଇଯାଉଛି  । ତେବେ କେଶ ଝଡ଼ିବାର ବିଭିନ୍ନ କାରଣ ରହିଛି  । ଅଧିକ ମାନସିକ ଚାପ, ହେଲ୍‌ମେଟ୍‌ ବା ଟୋପି ପିନ୍ଧିବା, କୌଣସି ଔଷଧର କୁପ୍ରଭାବ କେଶ ଝଡ଼ିବା ପାଇଁ ମୁଖ୍ୟ ଦାୟୀ । ତେବେ କେଶ ଝଡ଼ିବାର ମାତ୍ରାକୁ ହ୍ରାସ କରିବା ପାଇଁ ଜାଣିରଖନ୍ତୁ କିଛି ଟିପ୍ସ….

ପ୍ରତେକ ଦିନ ମୁଣ୍ଡରେ ସାମ୍ପୁ ଲଗାଇ ଧୁଅନ୍ତୁ  । ଏହାଫଳରେ କେଶ ମୁଣ୍ଡ ଉଭୟ ସଫା ରହିବ  । ମୁଣ୍ଡରେ ରୂପି ହେଉଥିଲେ ତାହା ମଧ୍ୟ ହ୍ରାସ ପାଇବ  ।

କେଶକୁ ଗରମ ପାଣିରେ ସଫା କଲେ ବି ରୁପି ସମସ୍ୟା ବଢ଼େ । ଭଲ ହର୍ବାଲ୍ ଅର୍ଗାନିକ୍ କମ୍ପାନୀର ଶ୍ୟାମ୍ପୁ ବ୍ୟବହାର କରିବା ସହ ସପ୍ତାହରେ ୨-୩ଥର କେଶ ସଫା କଲେ ରୁପି ହୁଏନି । ୧୫ଦିନରେ ଥରେ କେଶମୂଳରେ ବାମ୍ଫ ଦିଅନ୍ତୁ । ଏହା ସହ ଦିନକୁ ଅତିକମ୍‌‌ରେ ୩ଥର କେଶ କୁଣ୍ଡାଇବା ଦରକାର ।

ବାହରକୁ ଯିବା ପୂର୍ବରୁ କେଶରେ ସ୍କାର୍ଫ ବାନ୍ଧି ଯାଆନ୍ତୁ । କାରଣ ଧୂଳିମଳି କେଶରେ ରହି ତା’ କାରଣରୁ ମଧ୍ୟ ରୁପି ହୁଏ।
ଗୋଟିଏ ଦିନରେ ୮-୧୦ ଗିଲାସ ପାଣି ପିଇବା ଉଚିତ ।

ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇଲେ କେଶ ମଜବୁତ୍‌ ହୋଇଥାଏ  । ଫଳରେ କେଶ ଝଡ଼ିବା ହ୍ରାସ ପାଇଥାଏ  । ମାଛ, ମାଂସ,ଦୁଗ୍ଧ,ଅଣ୍ଡା,ସୋୟା ଆଦି ଖାଦ୍ୟକୁ ନିୟମିତ ଭାବରେ ଖାଇବା ଉଚିତ୍‌  ।

ତେବେ ଯେଉଁମାନଙ୍କର ଅଧିକ ମାତ୍ରାରେ କେଶ ଝଡ଼ିବା ସମସ୍ୟା ଦେଖାଯାଉଛି, ସେମାନେ ମୁଣ୍ଡରେ ଭଲଭାବେ ତେଲ ମାଲିସ୍‌ କରିବା ଆବଶ୍ୟକ । ମୁଣ୍ଡ କୁଣ୍ଡାଇବା ବେଳେ ଅଡ଼ୁଆ ଛିଡ଼େଇବା ପାଇଁ ଆଙ୍ଗୁଳିର ବ୍ୟବହାର କରନ୍ତୁ  ।

 

 

Leave A Reply

Your email address will not be published.