Latest Odisha News

BREAKING NEWS

ନଭେମ୍ବର ୨୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ନଭେମ୍ବର ୨୧ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ବିଧାନସଭା ପକ୍ଷରୁ ଶନିବାର ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ, ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ (ଶୀତ ଅଧିବେଶନ) ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ।

ଏହି ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବ। ଏହି ଅଧିବେଶନର ମୁଖ୍ୟ ଆକର୍ଷଣ ସାଜିବେ ନୂଆ ରାଜ୍ୟପାଳ ରଘୁବର ଦାସ। ରାଜ୍ୟପାଳ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ରଘୁବର ଦାସଙ୍କ ସଭାପତିତ୍ବରେ ବିଧାନସଭା ଅଧିବେଶନ ବସିବାକୁ ଯାଉଛି।

୨୦୨୪ରେ ରାଜ୍ୟ ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ ଶୀତକାଳୀନ ଅଧିବେଶନ ବିଧାନସଭାର ଶେଷ ଅଧିବେଶନ ହୋଇପାରେ।

ଉଲ୍ଲେଖଯୋଗ୍ୟ, ବିଧାନସଭାର ମୌସୁମୀ ଅଧିବେଶନ ଅକ୍ଟୋବର ୪ ତାରିଖରେ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଥିଲା।

Leave A Reply

Your email address will not be published.