Latest Odisha News

ୱିଜଡନ ସର୍ବକାଳୀନ ଶ୍ରେଷ୍ଠ ଟି୨୦ ଏକାଦଶ: ଭାରତୀୟ ଦଳରେ ଧୋନୀଙ୍କ ନାମ ନାହିଁ

ନୂଆଦିଲ୍ଲୀ: କ୍ରିକେଟର ବାଇବେଲ ଭାବେ ପରିଚିତ ୱିଜଡନ ପତ୍ରିକା ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଏକାଦଶଙ୍କ ନାମ ଘୋଷଣା କରିଛି । ତେବେ ଏଥିରେ ଆଶ୍ଚର୍ଯ୍ୟଜନକ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କୁ ସ୍ଥାନ ମିଳିନି । ଏ ନେଇ ୱିଜଡନ ପକ୍ଷରୁ କୁହାଯାଇଛି ବର୍ତମାନର ଷ୍ଟାର ଖେଳାଳିଙ୍କୁ ଅନ୍ୟମାନଙ୍କ ସହ ତୁଳନା କରିବା ଯୁକ୍ତିଯୁକ୍ତ ନୁହେଁ । ଏବେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ବିଶ୍ୱକପ ଦଳର ୭ ସଦସ୍ୟ ଏଥିରେ ସ୍ଥାନ ପାଇଛନ୍ତି । ବାକି ୪ ଖେଳାଳି ୨୦୦୭ ବିଶ୍ୱକପ ବିଜୟୀ ଦଳରୁ ବଛାଯାଇଛି । କ୍ରିକେଟ ସମୀକ୍ଷକଙ୍କ ମତରେ ରବୀନ୍ଦ୍ର ଜାଡେଜା ଏବଂ ଧୋନୀଙ୍କୁ ଏହି ଦଳରେ ନ ରଖିବା ବୁଝା ପଡୁନି । ସୂର୍ଯ୍ୟକୁମାର ଯାଦବଙ୍କୁ କାହିଁକ ରଖାଗଲା ତାହା ମଧ୍ୟ ଆଶ୍ଚର୍ଯ୍ୟଜନକ ନିଷ୍ପତି ।

ୱିଜଡନ ମତରେ ଦୀନେଶ କାର୍ତିକ ଯେଉଁ ଭଳି ଭାବେ ପ୍ରତ୍ୟାବର୍ତନ କଲେ ତାହା ପ୍ରଶଂସନୀୟ । ସେ ଉଭୟ ୱିକେଟକିପର ଓ ଫିନିଶର ଦାୟିତ୍ୱ ସୁଚାରୁରୂପେ ତୁଲାଉଛନ୍ତି । ଏହା ବ୍ୟତୀତ ସେ ଦଳର ସବୁଠାରୁ ସିନିୟର ଖେଳାଳି ଏବଂ ତାଙ୍କ ଯଥେଷ୍ଟ ଅଭିଜ୍ଞତା ରହିଛି । କାର୍ତିକଙ୍କୁ ସୁଯୋଗ ମିଳିବାରୁ ଧୋନୀ ବାଦ ପଡିଲେ । ନିକଟ ଭବିଷ୍ୟତରେ ଧୋନୀଙ୍କ ପ୍ରଦର୍ଶନ ସେ ଭଳି ଉତ୍ସାହଜନକ ରହି ନାହିଁ ।
ଶ୍ରେଷ୍ଠ ଭାରତୀୟ ଏକାଦଶ: ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଯୁବରାଜ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ସୁରେଶ ରାଇନା, ଦୀନେଶ କାର୍ତିକ, ରବିଚନ୍ଦ୍ରନ ଅଶ୍ୱୀନ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହ, ଆଶୀଷ ନେହେରା ଓ ବୀରେନ୍ଦ୍ର ସେହ୍ୱାଗ ।

Leave A Reply

Your email address will not be published.