Latest Odisha News

BREAKING NEWS

ଲାଗିଲା କଟକଣା: ଏହିସବୁ ନିୟମ ସହ ଯାଜପୁରରେ ପାଳନ ହେବ ‘ରଜ’

ଯାଜପୁର: ଯାଜପୁର ଜିଲ୍ଲାରେ ରଜ ପର୍ବ ପାଳନ ଉପରେ ଲାଗିଲା କଟକଣା। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଏକତ୍ରିତ ନେହେବା ନେଇ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ସେହିଭଳି ରଜରେ ମେଳା, ରଜ ଦୋଳି ସହ କବାଡ଼ି ଭଳି ଦଳଗତ ଖେଳ ଉପରେ କଟକଣା ଲଗାଯାଇଛି। ଏହି ନିୟମ ଉଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି କଟକଣା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏ ନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.