Latest Odisha News

ବିଶ୍ୱର ସବୁଠୁ ଧନୀ ଗାଁ; ୧୭ଟି ବ୍ୟାଙ୍କରେ ଜମା ଅଛି ୫୦୦୦ କୋଟିରୁ ଅଧିକ ଟଙ୍କା

ନୂଆଦିଲ୍ଲୀ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୁଜୁରାଟର କଚ୍ ଜିଲ୍ଲାର ମାଧପର୍ ଗ୍ରାମରେ ୭୬୦୦ ଘର ମଧ୍ୟରେ ୧୭ ଟି ବ୍ୟାଙ୍କ ଅଛି। ଏହି ଗାଁକୁ ନେଇ ବିଦେଶୀ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ଲାଗିରହିଛି।

ଏହି ସମସ୍ତ ଘରର ଅଧିକାଂଶ ମାଲିକ ବ୍ରିଟେନ, ଆମେରିକା, କାନାଡା ଏବଂ ଅନ୍ୟାନ୍ୟ ଦେଶରେ ରୁହନ୍ତି। ଏହି ଲୋକମାନଙ୍କର ସମୃଦ୍ଧିରେ କୃଷି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏଠାରୁ ଅଧିକାଂଶ କୃଷିଜାତ ଦ୍ରବ୍ୟ ମୁମ୍ବାଇକୁ ରପ୍ତାନି ହୋଇଥାଏ।

ସବୁଠୁ ବଡ କଥା ହେଉଛି ଗାଁର ଲୋକମାନେ ଗାଁରେ ନ ରହିକି ମଧ୍ୟ ଜନ୍ମମାଟିୁଠୁ ଦୂରେଇ ଯାଇନାହାନ୍ତି। ସବୁବେଳେ ଗାଁ ସହିତ ସେମାନଙ୍କ ଯୋଗାଯୋଗ ବଜାୟ ରଖିଥାନ୍ତି। ମାଧପର୍ ଗାଁର ଲୋକମାନେ ବିଦେଶରୁ ଟଙ୍କା ରୋଜଗାର କରି ଗାଁରେ ଜମା କରନ୍ତି। ଏହି କାରଣରୁ ଗାଁର ୧୭ଟି ବ୍ୟାଙ୍କରେ ପାଞ୍ଚ ହଜାର କୋଟିରୁ ଅଧିକ ଟଙ୍କା ଜମା ହୋଇଛି।

ଏହି ଗାଁର ଲୋକମାନେ ଏବେ ମଧ୍ୟ ଚାଷ କାର୍ଯ୍ୟ କରୁଛନ୍ତି, କେହି ସେମାନଙ୍କ ଜମି ବିକ୍ରି କରିନାହାଁନ୍ତି। ଏହି ଗାଁରେ ସ୍କୁଲ ଏବଂ କଲେଜ ସହିତ ଏକ ଅତ୍ୟାଧୁନିକ ଗୋଶାଳା ମଧ୍ୟ ଅଛି। ଗାଁର ନିଜସ୍ୱ କମ୍ୟୁନିଟି ହଲ୍ ଅଛି। ମନ୍ଦିର ଏବଂ ଖେଳ ପଡିଆ ବ୍ୟତୀତ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ଅଛି। ଏଠାରେ ଲୋକମାନେ ବର୍ଷସାରା ମଧୁର ଜଳ ପାଆନ୍ତି। ଗାଁର ଡାକଘରେ ୨୦୦ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍‌ ଜମା ଅଛି।

Comments are closed.