ଗଞ୍ଜାମ: କରୋନା ସଂକ୍ରମଣ ହ୍ରାସ ପରେ ଓଡିଶା ସରକାର ଗଞ୍ଜାମ ଜିଲ୍ଲାର ଦୁଇଟି କୋଭିଡ ହସ୍ପିଟାଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଦିନ କହିଛନ୍ତି ଯେ ଶୀତଳପାଲ୍ଲୀରେ ଥିବା ଟାଟା କୋଭିଡ ହସ୍ପିଟାଲ ଆସନ୍ତା ଡିସେମ୍ବର ୨୦ ତାରିଖରୁ ବନ୍ଦ ରହିବ।
ଆହୁରି ମଧ୍ୟ ଏସମ୍ପର୍କରେ ସେ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲକୁ ପତ୍ର ଲେଖି ଜଣାଇଛନ୍ତି।
ସେହିପରି ବ୍ରହ୍ମପୁରର ଗୋଳନ୍ଥରାରେ ଥିବା ଅଶ୍ବିନୀ କୋଭିଡ ହସ୍ପିଟାଲ ଡିସେମ୍ବର ୩୧ରୁ ବନ୍ଦ ହେବ।
ତେବେ ଡିସେମ୍ବର ୨୧ରୁ କେହି ନୂଆ ରୋଗୀଙ୍କୁ ଆଡମିଟ୍ ନକରିବା ଲାଗି କଟକ ସ୍ଥିତ ଅଶ୍ବିନୀ ଗ୍ରୁପ ଅଫ୍ ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟରଙ୍କୁ ଜିଲ୍ଲାପାଳ ପତ୍ର ଲେଖିଥିବା ଜଣାପଡିଛି।
Comments are closed.