Latest Odisha News

BREAKING NEWS

ଦେଶରେ ଦିନକରେ ୪୫ ହଜାର ୯୦୩ ସଂକ୍ରମିତ, ୪୯୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା କାୟାରେ ଲାଗୁନି ବ୍ରେକ । ଦିଲ୍ଲୀ, କେରଳରେ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୫ ହଜାର ୯୦୩ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୮୫ ଲକ୍ଷ ୫୩ ହଜାର ୬୫୭କୁ ବୃଦ୍ଧି ପାଇଛି ।

ଜୀବନ ନେଉଛି ମହାମାରୀ । ଗତ ୨୪ ଘଣ୍ଟାରେ ସାରା ଦେଶରୁ କରୋନାରେ ଆୁ ୪୯୦ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୬ ହଜାର ୬୧୧ । ମୃତ୍ୟୁହାର ରହିଛି ୧.୪୮% ।

ଦେଶରେ ୯୨.୫୨ ପ୍ରତିଶତ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୪୮ ହଜାର ୪୦୫ ସଂକ୍ରମିତ । ଦେଶରେ ମୋଟ୍ ୭୯ ଲକ୍ଷ ୧୭ ହଜାର ୩୭୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଦେଶରେ ୧୧ କୋଟି ୮୫ ଲକ୍ଷ ୭୨ ହଜାର କୋଭିଡ୍ ଟେଷ୍ଟ କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ୮ ଲକ୍ଷ ୩୫ ହଜାର ୪୦୧ ନମୁନା ପରୀକ୍ଷା ହୋଇଛି ।

Leave A Reply

Your email address will not be published.