Latest Odisha News

BREAKING NEWS

ଦେଶର ଆତ୍ମାକୁ ଫେରାଇ ଆଣିବାର ଲକ୍ଷ୍ୟ ରଖିଛୁ; କମଲା ହାରିସ୍‌

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି ଏବଂ ଜୋ ବାଇଡେନ୍‌ ବିଶ୍ବର ସବୁଠୁ ଶକ୍ତିଶାଳୀ ରା‌ଷ୍ଟ୍ର ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ବିଜୟ ହାସଲ କରିଛନ୍ତି। ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କମଲା ହାରିସ୍ ସୋମବାର ଟୁଇଟ୍ କରି ଆମେରିକୀୟ ଲୋକଙ୍କୁ ଏକ ନୂଆ ଆତ୍ମବିଶ୍ୱାସ ଦେଇଛନ୍ତି। କମଲା କହିଛନ୍ତି ଯେ ଜୋ ବାଇଡେନ୍‌ ଏବଂ ମୋର ମୂଳ ଲକ୍ଷ୍ୟ ଥିଲା ଆମେରିକାର ଆତ୍ମାକୁ ଫେରାଇ ଆଣିବା। ଯାହାକୁ ଆମେ ପୂରଣ କରିବା ପାଇଁ କାର୍ଯ୍ୟ କରିବୁ।

କମଲା ହ୍ୟାରିସ୍ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ଜୋ ବାଇଡେନ୍‌ ଜଣେ ସଂଯୋଜକ ଏବଂ ପରୀକ୍ଷିତ ବ୍ୟକ୍ତି। ଯିଏ ନିଜ ଜୀବନରେ ଅନେକ ପ୍ରକାରର ଅନୁଭୂତିର ସମ୍ମୁଖୀନ ହୋଇଛନ୍ତି, ସେ ଅଭିଜ୍ଞତା ଆମ ଦେଶକୁ ଆଗକୁ ବଢିବାରେ ସାହାଯ୍ୟ କରିବ।

କମଲା ଆହୁରି ଲେଖିଛନ୍ତି ଯେ ଆମର ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଏକତା। ଏହି ଦେଶର ଆତ୍ମାକୁ ଫେରାଇ ଆଣିବା ପାଇଁ ଆମେ ଯୁଦ୍ଧ କରିଥିଲୁ, ବାଇଡେନ୍‌ ଏପରି ଜଣେ ନେତା ଏବଂ ସେ ଏପରି ରାଷ୍ଟ୍ରପତି ବୋଲି ପ୍ରମାଣ କରିବେ।

ଆମେରିକାର ନୂତନ ଉପରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି ଯେ ବାରାକ ଓବାମାଙ୍କ ସମୟରେ ଜୋ ବାଇଡେନ୍‌ ଯେଉଁଭଳି ଭୂମିକା ନିର୍ବାହ କରିଥିଲେ ମୁଁ ସେହିଭଳି ଉପରାଷ୍ଟ୍ରପତି ହେବାକୁ ଚେଷ୍ଟା କରିବି। ଜଣେ ପ୍ରକୃତ, ବିଶ୍ୱସ୍ତ ଉପରାଷ୍ଟ୍ରପତି ଯିଏ ସର୍ବଦା ଆମେରିକୀୟ ଲୋକଙ୍କ ପାଇଁ ଭାବନ୍ତି ଏବଂ କାର୍ଯ୍ୟ କରନ୍ତି।

 

Leave A Reply

Your email address will not be published.