Latest Odisha News

ଆଧୁନିକ ଜ୍ଞାନ କୌଶଳ ଓ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ଦ୍ୱାରା ଓଡ଼ିଆ ଭାଷାକୁ ବିଶ୍ୱସ୍ତରୀୟ କରିହେବ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଅବସରରେ ଆୟୋଜିତ ‘ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଓଡ଼ିଆ ଭାଷା: ସୁଯୋଗ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନାରେ ବିଶିଷ୍ଟ ପ୍ରଯୁକ୍ତି ବିଶେଷଜ୍ଞ ସେନ୍ଥୀଲ ଶଙ୍କରସୁବ୍ରମନିୟାନ୍‌, ଆଇଏସ୍‌ଜିର ମୁଖ୍ୟ ରେଖା ଆଚାର୍ଯ୍ୟ, ରିଲାଏନ୍ସ ଜିଓ ଉତ୍କର୍ଷ କେନ୍ଦ୍ରର ମୁଖ୍ୟ ଡାଟା ବୈଜ୍ଞାନିକ ଭାବେ କାର୍ଯ୍ୟରତ ଶୈଳେନ୍ଦ୍ର କୁମାର, କେପିଏମ୍‌ଜି ଇଣ୍ଡିଆର ସହଭାଗୀ ବିଜେନ୍ଦ୍ର କୁମାର ଏବଂ
ରେଭରି ଲାଙ୍ଗୁଏଜ୍‌ ଟେକ୍‌ନୋଲୋଜିର ସହପ୍ରତିଷ୍ଠାତା ବିବେକାନନ୍ଦ ପାଣି ଭାଗ ନେଇଥିଲେ ।

ଓଡ଼ିଆ ଭାଷା ହେଉଛି ସର୍ବପ୍ରାଚୀନ ଭାଷା । ଆମ ରାଜ୍ୟର ସଂସ୍କୃତି, ଐତିହ୍ୟ, ପରମ୍ପରା ଆଜି ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେଣୁ ଭାଷାର ସୁରକ୍ଷା ପାଇଁ ସୂଚନା ପ୍ରଯୁକ୍ତିର ଉପଯୋଗୀ ବ୍ୟବହାର ନିତାନ୍ତ ଆବଶ୍ୟକ । ଏଥି ସହ ବିଭିନ୍ନ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଓଡ଼ିଆ ଭାଷାକୁ କିପରି ବିଶ୍ୱସ୍ତରରେ ପହଞ୍ଚାଇହେବ ସେଥିନେଇ ଅଧିକ ଗବେଷଣା ଜରୁରୀ ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରବକ୍ତା ଭାବେ ଋତିକ୍‌ କୁମାର ପଣ୍ଡା ଓଡ଼ିଆ ଭାଷାର ବିକାଶ ପାଇଁ ସୂଚନା ପ୍ରଯୁକ୍ତି ବ୍ୟବହାରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ପରିଶେଷରେ ଇଲେକ୍‌ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଯୋଗଦେଇ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ସିଇଓ, ଓକାକ୍‌ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.