Latest Odisha News

ଜେଲ୍ ଭିତରେ ଆପ୍ ନେତାଙ୍କୁ ଭିଭିଆଇପି ଟ୍ରିଟମେଣ୍ଟ

ନୂଆଦିଲ୍ଲୀ : ଜେଲ୍ ଭିତରେ ଭିଭିଆଇପି ଟ୍ରିଟମେଣ୍ଟ । ଦିଲ୍ଲୀ ତିହାର ଜେଲ୍ ଭିତରେ ଘଷା ମୋଡା ଖାଉଛନ୍ତି ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ତାଙ୍କ ରାଜକୀୟ ଠାଣି । ବାବୁ ଖଟ ଉପରେ ଶୋଇ ପଢି ଚାଲିଛନ୍ତି । ଆଉ ସେବକ ଗୋଡରେ ତେଲ ଲଗାଇ ମାଲିସ କରିଚାଲିଛନ୍ତି । ଗୋଡ଼ ମୋଡା ସାଙ୍ଗକୁ ମୁଣ୍ଡରେ ତେଲ ମାଲିସ୍ ।  ଯେମିତି ମନ୍ତ୍ରୀ ଜେଲ୍ ନୁହେଁ କୌଣସି ଦାମୀ ସାଲୁନ ବା ସ୍ପାରେ ବସିଛନ୍ତି ।

ସୋସିଆଲ ମିଡିଆରେ ଘୁରି ବୁଲୁଛି ଜେଲ୍ ଭିତରର ଦୃଶ୍ୟର ଭିଡିଓ । କେତେକ ବିଜେପି ନେତା ଏହି ଭିଡିଓକୁ ଆଜି ସେୟାର କରିବାରେ ଲାଗିଛନ୍ତି । ଜେଲ୍ ରେ ମନ୍ତ୍ରୀଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦେବା ସକାଳେ ଦିନକ ତଳେ ତିହାର ଜେଲ୍ ସୁପରିଟେଣ୍ଡେଣ୍ଟ ଅଜିତ କୁମାର ନିଲମ୍ୱିତ ହୋଇଥିଲେ । ଦିଲ୍ଲୀ ଉପରାଜ୍ୟପାଳଙ୍କ ଦ୍ୱାରା ଗଠିତ ତଦନ୍ତ କମିଟିର ରିପୋର୍ଟକୁ ଆଧାର କରି ତାଙ୍କୁ ନିଲମ୍ୱନ କରାଯାଇଥିଲା । ଜୈନ ବନ୍ଦୀ ଥିବା ଜେଲ୍ ନମ୍ୱର ୭ର ସୁପରିଟେଣ୍ଡେଣ୍ଟ ଥିଲେ ଅଜିତ କୁମାର ।

ସେତେବେଳେ ଜୈନଙ୍କ ଭିଆଇପି ଚର୍ଚ୍ଚାକୁ ଅସ୍ୱୀକାର କରିଥିଲା ଆମ୍ ଆଦମୀ ପାର୍ଟି । କିନ୍ତୁ ଆଜି ଏହି ଭିଡିଓ ଭାଇରାଲ ହେବା ପରେ ଆପ୍ କୁ ଲାଗିଛି ଶକ୍ତ ଧକ୍କା । ଆଉ ଏହାକୁ କଡ଼ା ସମାଲୋଚନା କରିଛି ବିଜେପି । ଏବେ ବି କଣ କେଜରିଓ୍ୱାଲ ଏପରି ମନ୍ତ୍ରୀଙ୍କ ପକ୍ଷ ନେବେ, ବୋଲି ପ୍ରଶ୍ନ କରିଛି ବିଜେପି । ଏହା ଆପ୍ ର ପ୍ରକୃତ ମୁଖା ଖୋଲିଛି ବୋଲି ଟ୍ୱିଟ କରିଛନ୍ତି ବିଜେପି ନେତା । ଜେଲ୍ ଭିତରର ସବୁ ନିୟମକୁ ଉଲ୍ଲଂଘନ କରିଛନ୍ତି ସତ୍ୟେନ୍ଦ୍ର ।

ଜେଲ ଭିତରେ ବିଳାସମୟ ଜୀବନ କାଟୁଥିବା ଇଡି ମଧ୍ୟ ଗତମାସ ଅଭିଯୋଗ ଆଣିଥିଲା । ଦିଲ୍ଲୀ କୋର୍ଟରେ ଇଡି ସିସିଟିଭି ଫୁଟେଜ ଦାଖଲ କରିଥିଲା । ଚଳିତବର୍ଷ ମେ ମାସରେ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିଲେ ସତ୍ୟେନ୍ଦ୍ର । ଜେଲ୍ ଭିତରେ ସତ୍ୟେନ୍ଦ୍ର ମନ୍ତ୍ରୀ ହେବାର ପତିଆରାକୁ ରାଜନୈତିକ ମହଲରେ ନିନ୍ଦା କରାଯାଇଛି ।

Comments are closed.