ନୂଆଦିଲ୍ଲୀ: ଜେରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମତଙ୍କ ସହ ଏକ ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜର ଆସିଛନ୍ତି। ଏଥିରେ ତାଙ୍କ ଜୀବନୀ ସମ୍ପର୍କରେ ଆଲୋଚନା ହୋଇଥିଲା।
ଖାଦ୍ୟ ଏବଂ ପାନୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପସନ୍ଦ ଏବଂ ନାପସନ୍ଦ ବିଷୟରେ ମଧ୍ଯ କଥାବାର୍ତ୍ତା କରାଯାଇଥିଲା। ମୋତେ କେହି ମେନ୍ୟୁ ଦେଲେ, ମୁଁ କ’ଣ ଖାଇବି ତା’ର ନିଷ୍ପତ୍ତି ନେଇପାରେ ନାହିଁ। ମୁଁ ଆଦୌ ଖାଇବା ପ୍ରତି ଆକର୍ଷିତ ହୁଏ ନାହିଁ। ମୋତେ ଯେଉଁ ଦେଶରେ ଯାହା ଖାଇବାକୁ ମିଳେ ମୁଁ ସବୁ ଖୁସିରେ ଖାଇନିଏ।”
ଏହି ସମୟରେ ତାଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଜଡିତ ଏକ ପ୍ରଶ୍ନ ପଚରାଯାଇଥିଲା। ନିଖିଲ କାମତ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ତାଙ୍କ ଭାଇରାଲ ମିମ୍ସ ଉପରେ ପ୍ରଶ୍ନ ପଚାରିଥିଲେ।
ଏହାର ଜବାବରେ ପ୍ରଧାନମନ୍ତ୍ରୀ ମୋଦି କିଛି ମୁହୂର୍ତ୍ତ ପାଇଁ ନୀରବ ରହିବା ପରେ ପ୍ରଶ୍ନଟିକୁ ଏଡାଇ ଦେଇଥିଲେ। କେବଳ କହିଥିଲେ, ଯେ ଏସବୁ ଚାଲୁଥାଏ। ମୁଁ ଏଥିରେ ମୋର ସମୟ ନଷ୍ଟ କରେ ନାହିଁ।
ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ମେଲୋନିଙ୍କ ଅନେକ ଫଟୋ ଭାଇରାଲ ହେଉଛି। ୟୁଜର୍ସ ମଧ୍ଯ ଏହା ଉପରେ ବହୁତ ମିମ୍ସ ମଧ୍ୟ ସେୟାର କରିଛନ୍ତି।
Comments are closed.