Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ସ୍ପେନ, ପର୍ତ୍ତୁଗାଲ ଓ ଉରୁଗୁଏର ବିଜୟ, ଋଷିଆ ପ୍ରି-କ୍ୱାର୍ଟରରେ

ମସ୍କୋ : କ୍ରିଷ୍ଟିଆନୋ ରୋନାଲଡ଼ୋଙ୍କ ଏକ ଚମକ୍ରାର ଗୋଲ ବଳରେ ମରୋକ୍କୋ ବିଶ୍ୱକପରୁ ବାହାର ହେବା ସହିିିତ ପର୍ତ୍ତୃଗାଲ କ୍ୱାର୍ଟର ଫାଇନାଲ ଖେଳିବାର ଆଶାର ଉଜ୍ଜିବିତ ହୋଇଛି ।

ପ୍ରଖ୍ୟାତ ଫୁଟବଲ ଷ୍ଟାର ରୋନାଲ୍ଡୋଙ୍କ ଏକମାତ୍ର ଗୋଲ ୧-୦ରେ ଦଳକୁ ପର୍ତ୍ତୁଗାଲକୁ ବିଜୟୀ କରାଇପାରିଛି । ସେହିପରି ଉରୁଗୁଏ ସାଉଦି ଆରବକୁ ପରାସ୍ତ କରିବା ଫଳରେ ଋଷିଆ ପ୍ରି-କ୍ୱାର୍ଟର୍ ଫାଇନାଲରେ ନିଜ ସ୍ଥାନ ଦଖଲ କରିପାରିଛି ।

ଅନ୍ୟ ଏକ ଚିତାକର୍ଷକ ଖେଳରେ ସ୍ପେନ ୧-୦ ଗୋଲରେ ଇରାନକୁ ପରାସ୍ତ କରିପାରିଛି । ଅବଶ୍ୟ ଏହି ମ୍ୟାଚରେ ଇରାନ ଦଳ ସହଜରେ ପରାଜୟ ସ୍ୱୀକାର କରିନଥିଲା ।
ଏବେ ସମସ୍ତଙ୍କ ଆଖି ପର୍ତ୍ତୃଗୀଜ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଉପରେ । କାରଣ ଶକ୍ତିଶାଳୀ ସ୍ପେନ ବିରୁଦ୍ଧରେ ହାଟ୍ରିକ ଅର୍ଜନ କରି ଚଳିତ ବିଶ୍ୱକପରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ରୋନାଲ୍ଡୋଙ୍କ ଫୁଟବଲ ପ୍ରଦର୍ଶନ ଦେଖିବାକୁ ଖେଳପ୍ରେମୀ ଦର୍ଶକମାନେ ବେଶ୍ ଉତ୍ସାହିତ ହୋଇ ପଡ଼ିଛନ୍ତି ।

Leave A Reply

Your email address will not be published.