Latest Odisha News

BREAKING NEWS

ଓଡ଼ିଶା ସରକାର ‘ଆଇଆଇଏମ ସମ୍ବଲପୁର’ କୁ ଯୋଗାଇଦେବେ ୧୮୧.୭୭ ଏକର ଜମି: ରାଜ୍ୟ କ୍ୟାବିନେଟର ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ କଲେ ମଞ୍ଜୁର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଚିବାଳୟ ଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିଥିଲା । ରାଜ୍ୟ ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଆଜି ଏହି କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ମଞ୍ଜୁର ହୋଇଥିବା ଏହି ପ୍ରସ୍ତାବ ଗୁଡ଼ିକ ମଧ୍ୟରେ ଆଇଆଇଏମ ସମ୍ବଲପୁରକୁ ଓଡ଼ିଶା ସରକାର ୧୮୧.୭୭ ଏକର ଜମି ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ସେହିପରି କୋରାପୁଟର ୩ଟି ବ୍ଲକରେ ମେଗା ପାଇପ୍ ଲାଇନ ଯୋଜନା କାର୍ଯ୍ୟକାରୀ କରିବାକୁ ଏହି କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରୁଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହର ଲଗାଇଛନ୍ତି । ଫଳରେ କୋରାପୁଟ ଜିଲ୍ଲା ୩ଟି ବ୍ଲକ ଅନ୍ତର୍ଗତ ୨୬୮ଟି ଗାଁ’ର ମୋଟ ୨ ଲକ୍ଷ ୮୦ ହଜାର ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇପାରିବେ ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ନିଷ୍ପତ୍ତି ହୋଇଛି ଆଜି ରାଜ୍ୟ ସଚିବାଳୟ ଠାରେ । ଦଶପଲ୍ଲା-ବଲାଙ୍ଗୀର ରେଳ ପ୍ରକଳ୍ପ ଲାଗି ରାଜ୍ୟ ସରକାର ୮୮୧ ଏକର ଜମି ଯୋଗାଇଦେବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ଓଡ଼ିଶା ସରକାର ଆଜି ଓପିଏସସି ରିପୋର୍ଟ ୨୦୧୧-୧୨ ଏବଂ ୨୦୧୨-୧୩କୁ ମଧ୍ୟ ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି । ସେହିପରି ଆଜି ରାଜ୍ୟ କ୍ୟାବିନେଟ ବିପିୟୁଟିରୁ ପ୍ରୋ-ଚାନସିଲର ପଦବୀକୁ ଉଚ୍ଛେଦ କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା କଥା ସରକାରୀ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.