Latest Odisha News

BREAKING NEWS

ଯୁବରାଜ ସିଂଙ୍କ ମାଆଙ୍କୁ ଧମକ: ୪୦ ଲକ୍ଷ ନଦେଲେ ମିଥ୍ୟା ମାମଲାରେ ଫସେଇ ଦେବି କହିଲେ ମହିଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ମାଆଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବାକୁ ମିଳିଛି ଧମକ। ଏହି ଘଟଣା ପରେ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି ଯୁବରାଜ ସିଂଙ୍କ ପରିବାର ଲୋକେ। ଯୁବରାଜ ସିଂଙ୍କ ମା’ ଶବନମ ସିଂଙ୍କୁ ଧମକ ଦେଇ ୪୦ ଲକ୍ଷ ଟଙ୍କା ମାଗିଥିବା ଜଣେ ମହିଳାଙ୍କୁ ବାନ୍ଧି ନେଇଛି ଦିଲ୍ଲୀ ପୋଲିସ।

ଏକ ମିଥ୍ୟା ମାମଲାରେ ଫସାଇବାର ଧମକ ଦେଇ ମହିଳାଜଣକ ଶବନମଙ୍କୁ ମୋଟା ଅଙ୍କର ଅର୍ଥ ମାଗିଥିଲେ। ମାତ୍ର ଟଙ୍କା ଭର୍ତ୍ତି ବ୍ୟାଗ ସହ ପୋଲିସ୍ ତାଙ୍କୁ କାବୁ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ମହିଳାଜଣକ ହେମା କୌଶିକ ଓରଫ ଡିମ୍ପି ବୋଲି ଜଣାଯାଇଛି। ଯୁବରାଜଙ୍କ ସାନ ଭାଇ ଜୋରାବର ସିଂ ମାନସିକ ଅବସାଦରେ ଆକ୍ରାନ୍ତ ଥିବାରୁ ତାଙ୍କ ଯତ୍ନ ନେବାକୁ ଡିମ୍ପିଙ୍କୁ ତାଙ୍କ ଘରେ ନିଯୁକ୍ତି ମିଳିଥିଲା। ମାତ୍ର ତାଙ୍କ ବ୍ୟବହାର ଠିକ୍‌ ନଲାଗିବାରୁ ପ୍ରାୟ ୧୫ ଦିନ ପରେ ଶବନମ ତାଙ୍କୁ ଚାକିରିରୁ ବାହାର କରି ଦେଇଥିଲେ।

ଏହାପରେ ଡିମ୍ପି ଯୁବରାଜ ସିଂଙ୍କ ମାଆଙ୍କ ନିକଟକୁ ଫୋନ୍‌ କରି ୪୦ ଲକ୍ଷ ଟଙ୍କା ନଦେଲେ ତାଙ୍କ ପରିବାର ଉପରେ ମିଥ୍ୟା ମାମଲରେ ଫସେଇ ଦେବାକୁ ଧମକ ଦେଇଥିଲେ। ମାତ୍ର ଏତେ ଟଙ୍କା ସଙ୍ଗେ ସଙ୍ଗେ ଯୋଗାଡ଼ କରିବା ସମ୍ଭବପର ନୁହେଁ କହି ପ୍ରଥମେ ୫ ଲକ୍ଷ ଦେବାକୁ ରାଜି ହୋଇଥିଲେ ଶବନମ। ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମହିଳାକୁ କାବୁ କରିବାରେ ସଫଳ ହୋଇଥିଲା।

Leave A Reply

Your email address will not be published.