Latest Odisha News

BREAKING NEWS

ପରକୀୟା ପ୍ରିତୀ ସନ୍ଦେହ; ସ୍ତ୍ରୀକୁ ମାରି ଫିଙ୍ଗିଦେଲା ସ୍ୱାମୀ!

ସମ୍ବଲପୁର: ସମ୍ବଲପୁର ଥାନା ଅନ୍ତର୍ଗତ ସେନ୍ ପାର୍କ ନିକଟରେ ଜଣେ ମହିଳାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି।

ପ୍ରାଥମିକ ତଦନ୍ତ ଅନୁଯାୟୀ, ମହିଳାଙ୍କୁ ପଥରରେ ପିଟି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଛି। ତେବେ ମୃତ ମହିଳାଙ୍କ ନାମ ହୀନା ବେଗମ ବୋଲି ଜଣାପଡିଛି।

ଅପରପକ୍ଷରେ ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରିକି ପୋଲିସ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି। ଏପଟେ ପରକୀୟା ପ୍ରିତୀ ତଥା କିଛି ବ୍ୟକ୍ତିଗତ କାରଣ ପାଇଁ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବିବାଦ ତାଙ୍କ ମୃତ୍ୟୁର କାରଣ ବୋଲି ସନ୍ଦେହ କରାଯାଉଛି।

ତେବେ ମୃତ୍ୟୁର ସଠିକ୍ କାରଣ ଅସ୍ପଷ୍ଟ ଥିବା ବେଳେ ଅଧିକ ବିବରଣୀ ପାଇଁ ଅପେକ୍ଷା କରାଯାଇଛି।

Comments are closed.