Latest Odisha News

BREAKING NEWS

ବାଲି ବୋଝେଇ ଟ୍ରକ୍ ଛାଡ଼ିବାକୁ ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଆଇଆଇସି

ବୌଦ୍ଧ: ଭିଜିଲାନ୍ସ ଜାଲରେ ଆଉ ଜଣେ ପୋଲିସ ଅଧିକାରୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ହରଭଙ୍ଗା ଥାନା ଆଇଆଇଲି ପୁଷ୍ପଲତା ରାଉତରାୟଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରି ନେଇଛି ଭିଜିଲାନ୍ସ ।

ସୂଚନା ଅନୁସାରେ, ବାଲି ଘାଟ ଲିଜ୍ ନେଇଥିବା ଜଣେ ଲିଜଧାରୀଙ୍କ ବାଲି ଟ୍ରକ୍ ଛାଡ଼ି ଦେବା ପାଇଁ ଲାଞ୍ଚ ମାଗିଥିଲେ ଆଇଆଇସି । ମୂଲଚାଲ୍ ପରେ ଲକ୍ଷେ ଟଙ୍କା ଦେବାକୁ କଥା ଛିଣ୍ଡିଥିଲା । ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ବାଲି ଘାଟ ଲିଜଧାରୀ ।

ଆଜି ହରଭଙ୍ଗା ଥାନା ଆଇଆଇସି ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । ପୁଷ୍ପଲତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ମାମଲା ପୁଜୁ ହୋଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଛାନଭିନ୍ ଜାରି ରହିଛି ।

Leave A Reply

Your email address will not be published.