Latest Odisha News

BREAKING NEWS

କ୍ୟାବ ଡ୍ରାଇଭରଙ୍କ ପାଉଣା ନଦେଇ ଚମ୍ପଟ ମାରୁଥିବା ମହିଳା ଅଟକ

ଭୁବନେଶ୍ୱର: ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସି)ର କର୍ମଚାରୀ ପରିଚୟ ଦେଇ ଜଣେ ମହିଳା ମାସେ ହେବ କ୍ୟାବ୍ ଡ୍ରାଇଭରଙ୍କୁ ପଇସା ନଦେଇ ଠକେଇ କରିବା ଅଭିଯୋଗରେ ଆଜି ଧରାପଡ଼ିଛନ୍ତି।

ଅଟକ ମହିଳା ଶୁଭଶ୍ରୀ ବାରିକ ବୋଲି ଜଣାପଡ଼ିଛି। ସେ ନିଜକୁ ଆଇଓସି କର୍ମଚାରୀ ବୋଲି ଦାବି କରି କ୍ୟାବ୍ ଚାଳକଙ୍କ ଭରସା ଜିତୁଥିଲେ। ଥରେ କାର୍ ରେ ବସିବା ପରେ ସେ ଟଙ୍କା ଦେବାରେ ବିଳମ୍ବ କରିବା ପାଇଁ କାହାଣୀ କହିବା ସହିତ ଅନେକ ବାହାନା ତିଆରି କରୁଥିଲେ । ଆଉ ଶେଷରେ ବିଲ୍ ଦେବା ବେଳକୁ ଖସି ଯାଉଥିଲେ। ସୂତ୍ରରୁ ପ୍ରକାଶ ଯେ, ଏହି ପରି ରାଜଧାନୀରେ ନିୟମିତ ଠକେଇ କରୁଥିଲେ।

କିନ୍ତୁ ମଙ୍ଗଳବାର ଶୁଭଶ୍ରୀଙ୍କ ଚାଲ ଆଉ ଚାଲିନଥିଲା। ଡ୍ରାଇଭର ତାଙ୍କଠୁ ଅଧିକ ଚାଲାକ ହୋଇ ବିଲ ନଦେଇ ଖସିବାକୁ ଉଦ୍ୟମ କରିବା ବେଳେ ଅଟକ ରଖିବାରେ ସଫଳ ହୋଇଥିଲେ। ଏହାପରେ ସେ ସଙ୍ଗେ ସଙ୍ଗେ ନୟାପଲ୍ଲୀ ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କ କବଳରୁ ଅଭିଯୁକ୍ତଙ୍କୁ ଉଦ୍ଧାର କରିଥିଲେ।

ଶେଷ ଖବର ସୁଦ୍ଧା ଶୁଭଶ୍ରୀ ପୁଲିସ ହେପାଜତରେ ଅଛନ୍ତି ଏବଂ ତାଙ୍କୁ ଏକାଧିକ ଠକେଇ ନେଇ ପଚରାଉଚରା କରାଯାଉଥିବା ଜଣାପଡ଼ିଛି।

Leave A Reply

Your email address will not be published.