Latest Odisha News

BREAKING NEWS

ଚଳନ୍ତା ଗାଡିରୁ ମୋବାଇଲ ଝାମ୍ପିନେଲେ ଦୁର୍ବୁତ୍ତ; ସ୍କୁଟିରୁ ପଡି ଯୁବତୀ ଗୁରୁତର

ଭୁବନେଶ୍ୱର:ଭୁବନେଶ୍ୱର ରସୁଲଗଡ ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ। ଚଳନ୍ତା ଗାଡିରୁ ଝାମ୍ପି ନେଲେ ମୋବାଇଲ। ସ୍କୁଟିରୁ ଖସିପଡି ଗୁରୁତର ଯୁବତୀ।

ମିଳିଥିବା ସୂଚନାନୁସାରେ, ରସୁଲଗଡ କେନାଲ ରୋଡରେ ଘଟିଛି ଏହି ଘଟଣା । ଜଣେ ଦୁର୍ବୁତ୍ତ ଚଳନ୍ତା ଗାଡିରୁ ଜଣେ ଯୁବତୀଙ୍କ ମୋବାଇଲ ଝାମ୍ପି ନେବା ବେଳେ ଗାଡିରୁ ପଡ଼ି ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି ।

ଜଣେ ସମାଜସେବୀ ମହିଳାଙ୍କୁ ଉଦ୍ଧାର କରି ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ଦିନ ପ୍ରାୟ ୨ ଟା ସମୟରେ ଏହି ଅଘଟଣ ଘଟିଛି ।

ମଞ୍ଚେଶ୍ୱର ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଯୁବତୀଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଝିଅ ସ୍କୁଟିରେ ଯାଉଥିବା ବେଳେ କିଛି ଦୁର୍ବୁତ୍ତ ବାଇକ ଯୋଗେ ଆସି ତା ମୋବାଇଲ ଛଡାଇ ନେଇଥିଲେ । ଭାରସାମ୍ୟ ହରାଇ ଝିଅଟି ପଡିଯିବାରୁ ତାର ଶରୀରରେ ଏକାଧିକ କ୍ଷତ ହୋଇଛି ।

Leave A Reply

Your email address will not be published.