ନୂଆଦିଲ୍ଲୀ: ଯେଉଁଠି ଆଲମିରା ଭିତରେ ଥିବା ଜିନିଷକୁ ବନ୍ଧୁକମୁନରେ ଲୁଟି ନେଉଛନ୍ତି ଦୁବୃର୍ତ୍ତ ସେଠି ହଜିବା ଜିନିଷକୁ ଫେରି ପାଇବାର ଆଶା କିଏ ରଖିଥାଏ ? ଜିନିଷ ଥରେ ହଜିଲା ପରେ ତାହା ଫେରି ପାଇବା ସହଜ ନୁହେଁ । ହେଲେ ଦୁନିଆରେ ଏମିତି କିଛି ଭଲ ଲୋକ ଅଛନ୍ତି ଯିଏ ହଜିଯାଇଥିବା ଜିନିଷକୁ ଫରାଇ ଦେଇ ଥାନ୍ତି । ସେଥିପାଇଁ ସେମାନଙ୍କୁ ଯେତେ କଷ୍ଟ ପଡିଲେ ବି କରିଥାନ୍ତି ।
ବାଙ୍ଗାଲୁରୁ ଟେକ୍ନୋଲଜିରେ କେତେ ଉନ୍ନତ ସେ କଥା କହିବା ଆବଶ୍ୟକ ପଡେନି । ସେଥିପାଇଁ ବୋଧହୁଏ ଏହି ସହରରେ ଲୋକେ ସବୁ କାମରେ ଟେକନିକର ବ୍ୟବହାର କରନ୍ତି । ଏମିତି ଏକ ଘଟଣା ସୋସିଆଲ ମିିଡିଆରେ ଭାଇରାଲ ହୋଇଛି ।
ଶିଦୀକା ନାମ୍ନୀ ଜଣେ ମହିଳା ତାଙ୍କର ଟୁଇଟରରେ ଏକ ପୋଷ୍ଟ କରି କହିଛନ୍ତି, ସେ ଏକ ଅଟୋରେ ଯାତ୍ରା କରିବା ସମୟରେ ତାଙ୍କର ଏୟାରପଡ ଅଟୋରେ ଭୁଲରେ ଛାଡ଼ି ଆସିଥିଲେ । ଅବଶ୍ୟ ହଜିବାର ଅଧଘଣ୍ଟା ପରେ ସେ ଏୟାରପଡ଼ ଫେରି ପାଇଥିଲେ । ତେବେ ସଂପୃକ୍ତ ଅଟୋ ଡ୍ରାଇଭର ଏହାକୁ ଫେରାଇବା ପାଇଁ ଯେଉଁ ଟେକନିକ ବ୍ୟବହାର କରିଥିଲେ ତାହାକୁ ସେ ଖୁବ ପ୍ରଶଂସା କରିଛନ୍ତି । ସେ ଏୟାରପଡକୁ କନେକ୍ଟ କରି ମାଲିକଙ୍କ ପାଖକୁ ପହଞ୍ଚିବା ପାଇଁ ଫୋନପେ(Phonepe) ର ବ୍ୟବହାର କରିଥିଲେ ।
ଟ୍ୟୁଟରର ପୋଷ୍ଟରେ ଶିଦୀକା ଲେଖିଛନ୍ତିକି, “ଅଟୋରେ ଯାତ୍ରା କରିବା ସମୟରେ ମୋର ଏୟାରପଡ ହିଜି ଯାଇଥିଲା । ଅଧଘଣ୍ଟା ପରେ ଏହି ଅଟୋ ଡ୍ରାଇଭର ଯିଏକି ମତେ ମୋ କର୍ମସ୍ଥଳୀରେ ଛାଡି ଥଲେ ସେ ଆସି ଗେଟ ପାଖରେ ଥିବା ସୁରକ୍ଷାକର୍ମୀଙ୍କୁ ଏହା ଫେରାଇ ଦେଇଥିଲେ । ବୋଧହୁଏ, ମାଲିକଙ୍କ ନାଁ ଜାଣିବା ପାଇଁ ସେ ଏୟାରପୋଡକୁ କନେକ୍ଟ କରିଥିଲେ ଏବଂ ମାଲିକଙ୍କ ପାଖରେ ପହଞ୍ଚିବା ପାଇଁ ସେ ଫୋନ ପେର ବ୍ୟବହାର କରିଥିଲେ । ଏ ନେଇ ଅଟୋ ଚାଳକଙ୍କୁ ୟୁଫରମାନେ ବହୁତ ପ୍ରସଂଶସା କରିଛନ୍ତି ।
Lost my AirPods while traveling in an auto. Half an hour later this auto driver who dropped me at WeWork showed up at the entrance & gave it back to security. Apparently, he connected the AirPods to find the owner’s name & used his PhonePe transactions to reach me. @peakbengaluru
— Shidika Ubr (@shidika_ubr) November 15, 2022
Comments are closed.